୩ ହଜାର ତଳକୁ ଖସିଲା ରାଜ୍ୟରେ କୋଭିଡ଼ ସଂକ୍ରମଣ ଦୈନିକ ସଂଖ୍ୟା : ଆଜି ୨୯୧୨ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ୩ ହଜାର ତଳକୁ ଖସିଛି ରାଜ୍ୟରେ କୋଭିଡ଼ ସଂକ୍ରମଣ ଦୈନିକ ସଂଖ୍ୟା । ଓଡ଼ିଶାରୁ ଆଜି ୨୯୧୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୬୭୫ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ୧୨୩୭ ଆଂଚଳିକ ସଂକ୍ରମଣର ଶିକାର ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଜିଲ୍ଲା ଅନୁସାରେ ଅନୁଗୁଳରୁ ୧୧୯, ବାଲେଶ୍ୱରରୁ ୨୨୦, ବରଗଡ଼ରୁ ୩୧, ଭଦ୍ରକରୁ ୧୩୬, ବଲାଙ୍ଗିରରୁ ୧୨, ବୌଦ୍ଧରୁ ୧୮, କଟକରୁ ୩୮୨, ଦେବଗଡ଼ରୁ ୪, ଢେଙ୍କାନାଳରୁ ୪୨, ଗଜପତିରୁ ୧୩, ଗଂଜାମରୁ ୧୮, ଜଗତସିଂହପୁରରୁ ୧୩୧, ଯାଜପୁରରୁ ୨୯୨, ଝାରସୁଗୁଡ଼ାରୁ ୧୪, କଳାହାଣ୍ଡିରୁ ୩୫, କନ୍ଧମାଳରୁ ୩୬, କେନ୍ଦ୍ରାପଡ଼ାରୁ ୭୧, କେଉଁଝରରୁ ୭୦, ଖୋର୍ଦ୍ଧାରୁ ୪୦୧, କୋରାପୁଟରୁ ୫୪, ମାଲକାନଗିରିରୁ ୪୯, ମୟୁରଭଂଜରୁ ୧୭୪, ନବରଙ୍ଗପୁରରୁ ୫୦, ନୟାଗଡ଼ରୁ ୧୪୦, ନୂଆପଡ଼ାରୁ ୮, ପୁରୀରୁ ୧୬୧, ରାୟଗଡ଼ାରୁ ୫୨, ସମ୍ବଲପୁରରୁ ୩୦, ସୋନପୁରରୁ ୧୩, ସୁନ୍ଦରଗଡ଼ରୁ ୭୧ ଏବଂ ଷ୍ଟେଟ୍‌ ପୁଲ୍‌ରୁ ୬୫ ଜଣ ଆକ୍ରାନ୍ତ ହୋଇଛନ୍ତି । ତେବେ ରାଜ୍ୟରେ ଆଜି ପର୍ୟ୍ୟନ୍ତ ୮୯୩୫୦୮ ଜଣ ସମୁଦାୟ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୮୫୬୪୯୮ ଜଣ ସୁସ୍ଥ ହୋଇ ସାରିଛନ୍ତି । ରାଜ୍ୟରେ ୩୩ ହଜାର ୧୫୬ ଜଣ ଏବେ ଏକ୍‌ଟିଭ୍‌ ପଜିଟିଭ୍‌ ରହିଥିବା ସୂଚନାରେ କୁହାଯାଇଛି ।

Leave A Reply

Your email address will not be published.