csstore

ରକ୍ତଦାନ କରି ମହୁଲ ବରିହାଙ୍କ ଜୀବନ ବଞ୍ଚାଇଲେ ଗୋଣ୍ଡୱ।ନା ଛାତ୍ର ସଂଗଠନର ମହାସଚିବ ସୁବ୍ରତ କୁଅଁର

ବଲାଙ୍ଗିର (ଦେବାଶିଷ ମିଶ୍ର) : ଗୋଣ୍ଡୱ।ନା ଛାତ୍ର ସଂଗଠନ ବଲାଙ୍ଗିର ପକ୍ଷରୁ ୪୫୮ ତମ ରାଣୀ ଦୂର୍ଗାବତୀ ବଳୀଦାନ ଦିବସ ଲୋଇସିଂହା ଠାରେ ପାଳିତ ହୋଇଯାଇଛି । ଏହି ଅବସରରେ ଗୋଣ୍ଡୱ।ନା ଛାତ୍ର ସଂଗଠନ ମହାସଚିବ ସୁବ୍ରତ କୁଅଁର ଏକ ମହତ୍ ସେବା କାର୍ଯ୍ୟ କରୁଛନ୍ତି । ଦୀର୍ଘ ଦିନ ଧରି ଅସୁସ୍ଥ ହୋଇ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜରେ ଚିକିତ୍ସିତ ହେଉଥିବା ଅବସ୍ଥା କର୍ଲାପିଟା ଗ୍ରାମର ମହୁଲ ବରିହାଙ୍କୁ ରକ୍ତର ଜରୁରୀ ପଡ଼ିଥିବା ବେଳେ ମହାସଚିବ ଶ୍ରୀ କୁଅଁର ଭୀମ ଭୋଇ ମେଡିକାଲକୁ ପହଞ୍ଚି ଏକ ୟୁନିଟ ରକ୍ତଦାନ କରିଥିଲେ । ତାଙ୍କର ଏହି ମହତ୍ ସେବା କାର୍ଯ୍ୟ ପାଇଁ ଛାତ୍ର ସଂଗଠନ ତରଫରୁ ତାଙ୍କୁ ସାଧୁବାଦ ଜଣାଇବା ସହ ଆଗାମୀ ଦିନରେ ତାଙ୍କର ଏପରି ସେବାମନୋବଳ ସବୁବେଳେ ମନରେ ଜାଗ୍ରତ ହେଉ ଗୋଣ୍ଡୱ।ନା ଛାତ୍ର ସଂଗଠନର ଜୟସେବା ଜୟବୁଢା ଦେଓ ନାରାଟି ତାଙ୍କ ମନରେ ସେବା କରିବାରେ ଉଦଭାଷିତ ହେଉ ଇଷ୍ଟ ଦେବ ବୁଢ଼ା ଦେଓ, ଶ୍ରୀ କୁଅଁରଙ୍କୁ ଅଶିମ ଶକ୍ତି ପ୍ରଦାନ କରିବା ସହ ସୁସ୍ଥ ସବଳ ରଖିଥାନ୍ତୁ ବୋଲି କାମନା କରିଛନ୍ତି । ତାଙ୍କର ଏପରି ମହତ୍ କାର୍ଯ୍ୟ ପାଇଁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।

jayashree
Leave A Reply

Your email address will not be published.