ମହାଦେବଙ୍କ ମହାସ୍ନାନଯାତ୍ରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ମାଲପଡା ଆଶୁତୋଷ ମହାଦେବ ମନ୍ଦିରରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଅନୁଷ୍ଟିତ ହୋଇଯାଇଛି । ସକାଳୁ ଚତୁର୍ଧା ମୂର୍ତିକୁ ସ୍ନାନ ବେଦିକୁ ଅଣା ଯିବାପରେ ନୀତିନିୟମ ଅନୁଯାଇ ପୁଜାର୍ଚନା କରାଯିବା ପରେ ମହାଦେବ ସ୍ନାନ ଆରମ୍ଭ ହୋଇଥିଲା । ପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ଶ୍ରୀ ବଲଭଦ୍ରଙ୍କୁ ଗଜାନନ ବେଶ କରାଯାଇଥିଲା । କରୋନା କଟକଣାକୁ ଆଖି ଆଗରେ ରଖି ସମସ୍ତ ପୁଜାର୍ଚନା କରାଯାଇଥିଲା । ଚଳିତ ବର୍ଷ ମାଲପଡା ଶିବମନ୍ଦିର ରଥ କମିଟିର ସଭାପତି ଚିଣ୍ଟୁ କରନ, ସମ୍ପାଦକ ଅମରଜୀତ ବେହେରାଙ୍କ ସଂଯୋଜନାରେ ସ୍ନାନପୁର୍ଣିମା ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ କର୍ତା ଭାବରେ ନୂତନ ମିଶ୍ର ପୂଜା କାର୍ଯ୍ୟ ତୁଲାଇଥିଲେ । କମିଟିର ଚିତରଞ୍ଜନ ସାହୁ, ଅମୀୟ ଥାପା, ଆକାଶ ଶର୍ମା, ବିଧୁ ସାହୁ, ସୁଭମ ପଣ୍ଡା ସମସ୍ତ କାର୍ଯ୍ୟ ତୁଲାଇଥିଲେ ।

Leave A Reply

Your email address will not be published.

nine − 8 =