ଲୋଇସିଂହା, (କେପିଏନ୍ଏସ୍) : କରୋନା ଭୁତାଣୁ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଥିଲେ ହେଁ ଏହି ମହାମାରୀ ଅନେକ ପରିବାରକୁ ଛାରଖାର କରିଦେଇଛି । ଅନେକ ଶିଶୁ ନିଜ ପିତାମାତାଙ୍କୁ ହରେଇଥିବା ବେଳେ ଆଉ କେତେକ ନିଜ ମା କିମ୍ବା ବାପାଙ୍କୁ ହରାଇଛନ୍ତି । ଏଭଳି କ୍ଷେତ୍ରରେ ଶିଶୁଟିର ଭବିଷ୍ୟତ ଜୀବନ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯିବା ସହିତ ଜୀବନ ଯୁଦ୍ଧରେ ସେ ସମ୍ପୂର୍ଣ୍ଣ ଅସହାୟ ହୋଇପଡିଛି । ଏଭଳି ଏକ ସମୟରେ ବଲାଙ୍ଗିର ଜିଲ୍ଲା ନଅଗାଁ(ଖ) ସ୍ଥିତ ସ୍ବେଛାସେବୀ ସଂଗଠନ ପଲ୍ଲୀ ଆଲୋକ ପାଠାଗାର ପକ୍ଷରୁ ଉକ୍ତ ଶିଶୁ ମାନଙ୍କୁ ଚି଼ହ୍ନଟ କରାଯାଇ ଜରୁରୀ କାଳୀନ ଖାଦ୍ୟ ସାମଗ୍ରୀର ସହାୟତା ପ୍ରଦାନ କରାଯାଇଛି । ଏପରିକି ଆଗାମୀ ଦିନରେ ଏଭଳି ଅସହାୟ ଶିଶୁଙ୍କୁ ସରକାରୀ ଯୋଜନାରେ ସାମିଲ କରାଯିବା ପାଇଁ ପ୍ରଚେଷ୍ଟା ଜାରି ରହିବ ବୋଲି ଅନୁଷ୍ଠାନର ସମ୍ପାଦକ ପ୍ରଶାନ୍ତ ନାୟକ ସୂଚନା ଦେଇଛନ୍ତି । ଆୟୋଜିତ ଏହି କାର୍ଯ୍ୟକ୍ରମ ପରିଚାଳନାରେ ଗୋବିନ୍ଦ ଚନ୍ଦ୍ର ବିଶି, ପ୍ରହଲ୍ଲାଦ ପଧାନ, ପ୍ରଶାନ୍ତ କୁଅଁର ପ୍ରମୁଖ ସହଯୋଗ କରିଥିଲେ ।
Prev Post