ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଶେଷରେ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ଚଞ୍ଚଳମନା ସୁମଣିଷ ଦେବୀଦତ୍ତ ରଥ । ଗତ କିଛିଦିନ ଧରି ବ୍ରହ୍ମପୁର ସହରର ଉପକଣ୍ଠ ଶୀତଳାପଲ୍ଲୀସ୍ଥିତ ଟାଟା-କୋଭିଡ୍ ହସପିଟାଲରେ ଚିକିତ୍ସିତ ହେଉଥିଲେ । ଗଣମାଧ୍ୟମର ଏମ୍.ବି.ସି ଟିଭିର ଖଲ୍ଲିକୋଟ ପ୍ରତିନିଧିଠାରୁ ଆରମ୍ଭ କରିଥିଲେ । ସ୍ୱେଚ୍ଛାସେବୀ ସଂସ୍ଥାରେ ଜଣେ କର୍ତ୍ତବ୍ୟନିଷ୍ଠ ଅଧିକାରୀ ଭାବରେ ସମାଜ ପାଇଁ ଅନେକ କାର୍ଯ୍ୟ କରିବା ସହିତ ଅରୁଣା ସ୍ୱେଚ୍ଛାସେବୀ ସଂସ୍ଥାରେ ଜଣେ ଆଗଧାଡିର ଯୋଦ୍ଧା ଭାବରେ ଦାୟିତ୍ୱ ତୁଲାଉଥିଲେ । ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ସାମ୍ବାଦିକ ଓ ଗଣଯୋଗାଯୋଗ ବିଭାଗରେ ଶିକ୍ଷା ସମାପ୍ତି କରିଥିଲେ । ସଦାସର୍ବଦା ଲୋକଙ୍କ ଅସମୟରେ ରହି ସାହସର ସହିତ କାର୍ଯ୍ୟ କରିବାଠାରୁ ଆରମ୍ଭ କରି ବର୍ତ୍ତମାନ ଗଞ୍ଜାମ ଜିଲ୍ଲାରେ ଅନାଥ ଶିଶୁଙ୍କ ଥଇଥାନ କିପରି ହେବ ତା’ରି ପାଇଁ କାର୍ଯ୍ୟକରି ଆସୁଥିବା ଦେବୀଦତ୍ତ ରଥ ଯେ, ସମସ୍ତଙ୍କୁ ଛାଡି ଚାଲିଯାଇଛନ୍ତି, ତାହା ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଠାରୁ ଶୁଣିବା ପରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।