jayashree

ବାଦୀବାହାଲ ପୋଷ୍ଟ ଅଫିସରେ ଜମାକାରୀଙ୍କ ଟଙ୍କା ହଡପ ଅଭିଯୋଗ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ବାଦୀବାହାଲ ପୋଷ୍ଟ ଅଫିସରେ ଜମାକାରୀଙ୍କ ଲକ୍ଷାଧିକ ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ହୋଇଛି । ଶତାଧିକ ଲୋକଙ୍କ କୋଟିଏରୁ ଅଧିକ ଟଙ୍କା ଆତ୍ମସାତ ହୋଇଥିବା ନେଇ ଜଣାପଡିବା ପରେ ଉତ୍ୟକ୍ତ ଲୋକେ ପୋଷ୍ଟ ମାଷ୍ଟର ମାଧବ ଚନ୍ଦ୍ର ବାରିକକୁ ଅଫିସ ମଧ୍ୟରେ ଦୀର୍ଘ ସମୟ ଧରି ଅଟକ ରଖିଥିଲେ । ଖବର ପାଇ ଲୋଇସିଂହା ପୋଲିସ ଘଟଣାସ୍ଥଳରେ ପହଂଚି ପୋଷ୍ଟ ମାଷ୍ଟରଙ୍କୁ ଉଦ୍ଧାର କରି ଥାନାକୁ ଆଣିବା ସହିତ ଅଧିକ ପଚରା ଉଚୁରା ଚଳାଇଥିବା ଜଣାଯାଇଛି । ତେବେ ଜମାକାରୀ ମାନେ ସେମାନଙ୍କ ଜମାଟଙ୍କା ଫେରିପାଇବା ନେଇ ସନ୍ଦେହରେ ଥିବା ବେଳେ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସାଧାରଣରେ ଦାବି ହେଉଛି ।

Leave A Reply

Your email address will not be published.