oom

ଡୁମେରପିଟାର ଭିନ୍ନ ସମସ୍ୟାକୁ ନେଇ ପଞ୍ଚାୟତ ସମ୍ମୁଖରେ ଭିଆଇପିର ଧାରଣା ଆରମ୍ଭ

jsmm

ଦେଓଗାଁ, (ମନୀଷ କୁମାର ସାହୁ) : ଡୁମେରପିଟା ପଞ୍ଚାୟତର ବିଭିନ୍ନ ସମସ୍ୟା ନେଇ ଶୁକ୍ରବାର ଦିନରୁ ଭିଲେଜର୍ସ ଇଣ୍ଡିଆ ପାର୍ଟି (ଭିଆଇପି)ର ଅଧ୍ୟକ୍ଷ ଡ. ବିପିନ କୁଶଲିଆଙ୍କ ନେତୃତ୍ୱରେ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣା ଦେଇଛନ୍ତି । ପଞ୍ଚାୟତର ନୂତନ କୋଠାକୁ ଶୁଭାରମ୍ଭ କରି କାର୍ଯ୍ରକାରୀ କରାଯିବା ସହ ସେଠାରେ ରାସନ୍ ସାମଗ୍ରୀ ବଣ୍ଟନ କରାଯିବାକୁ ଦାବୀ କରିଛନ୍ତି । ଯେହେତୁ ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟାଳୟରେ ରାସନ୍ ସାମଗ୍ରୀ ବଣ୍ଟନ କରାଯାଉଛି । ହେଲେ ରାମଚନ୍ଦ୍ରପୁରକୁ ଡୁମେରପିଟାରୁ ଜଙ୍ଗଲ ରାସ୍ତାରେ ଯିବା ଆସିବାକୁ ୨୦ କିମି ପଡୁଥିବାରୁ ବର୍ଷା ମାସରେ ଯିବା ଆସିବା କରିବାକୁ ପଡୁଥିବାରୁ ହିତାଧିକାରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନ୍ୟପକ୍ଷରେ କରୋନା କଟକଣା ଯୋଗୁଁ ଯିବା ଆସିବ କରିବା କେତେ ଦୂର ଯୁକ୍ତିଯୁକ୍ତ ବୋଲି ପ୍ରଶାସନକୁ ପ୍ରଶ୍ନ କରିଛନ୍ତି । ଏହି ଆନ୍ଦୋଳନ କାର୍ଯ୍ୟକ୍ରମରେ ଭିଆଇପି ଅଧ୍ୟକ୍ଷ ଶ୍ରୀଯୁକ୍ତ କୁଶଲିଆଙ୍କ ଦଳୀୟ ସଭ୍ୟ, ଡୁମେରପିଟା ଗ୍ରାମବାସୀଙ୍କ ସହ ସରପଞ୍ଚ ରିନା ବରିହା, ନାଏବ ସରପାଞ୍ଚ ଲକ୍ଷ୍ମୀ କୁଶଲିଆ, ୱାର୍ଡ ସଭ୍ୟ ପଦ୍ମା ଧରୂଆ, ମଧୁ ମଲ୍ଲିକ, ସୁଦର୍ଶନ ଭୁଏ, ଏସ୍ ଏନ୍ ପଟେଲ, ଅଶୋକ ଦାସଙ୍କ ସହ ବିଭିନ୍ନ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ, ଆଶା କର୍ମୀ, ଅଙ୍ଗନୱାଡି କର୍ମୀ ଧାରଣାରେ ବସିବା ସହ କରୋନା ସଚେତନତା କରିଥିଲେ। ଆସନ୍ତା ସୋମବାର ଦିନ ଠାରୁ ଦାବୀ ପୂରଣ ନ ହେବା ପର୍ଯ୍ୟନ୍ତ ଏହି ଧାରଣା ଚାଲୁରହିବ ବୋଲି ଶ୍ରୀଯୁକ୍ତ କୁଶଲିଆ କହିଛନ୍ତି । ସୂଚନା ଯୋଗ୍ୟ ଯେ, ଦେଓଗାଁ ବ୍ଲକ୍ ଡୁମେରପିଟା ପଞ୍ଚାୟତର ବିଭିନ୍ନ ସମସ୍ୟା ନେଇ ଗତ ୧୦ତାରିଖ ଦିନ ଭିଲେଜର୍ସ ଇଣ୍ଡିଆ ପାର୍ଟି (ଭିଆଇପି) ପକ୍ଷରୁ ବିଡିଓଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଥିଲା । ଦାବୀ ପୂରଣ ନ ହେଲେ ୧୮ ତାରିଖରୁ ପଞ୍ଚାୟତ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣ ଦିଆଯିବାକୁ ଚେତାବନୀ ଦେଇଥିଲେ ।

jittmm
Leave A Reply

Your email address will not be published.