jsm

ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ସହରର ରାସ୍ତା, ନାଳ, ନର୍ଦ୍ଦମା ତଦାରଖ କଲେ ନରସିଂହ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ମଧ୍ୟାହ୍ନରେ ସ୍ଥାନୀୟ ବିଧାୟକ ନରସିଂହ ମିଶ୍ର ବଲାଙ୍ଗିରରେ ଚାଲିଥିବା ଦୁଇଟି ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ବୁଲି ଦେଖିଥିଲେ । ଏହା ସହ ସହରର ବିପର୍ୟ୍ୟସ୍ତ ହୋଇଯାଇଥିବା ରାସ୍ତାଘାଟ, ନାଳ ନର୍ଦ୍ଦମା ତଥା ନୂଆ ତିଆରି ହୋଇଥିବା ରାସ୍ତା ମାନ କେମିତି ଅଛି ବୋଲି ଦେଖିଥିଲେ । ପ୍ରଥମେ ପିସ୍‌ ୟୁନିସନ ଦ୍ୱାରା ପରିଚାଳିତ ଶାସ୍ତ୍ରୀନଗର ସ୍ଥିତ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଂଚିଥିଲେ । ସେଠାରେ ଥିବା ତତ୍ୱାବଧାରକଙ୍କଠୁ ଶ୍ରୀ ମିଶ୍ର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ ବିବରଣୀ, ଦୈନନ୍ଦିନ କାର୍ୟ୍ୟଧାରା, ଡାକ୍ତରମାନଙ୍କ ଉପସ୍ଥିତି, ରୋଗୀ ସଂଖ୍ୟା ଇତ୍ୟାଦି ପଚାରି ବୁଝିଥିଲେ । ବର୍ହି ବିଭାଗ ରେଜିଷ୍ଟର ମଧ୍ୟ ଶ୍ରୀ ମିଶ୍ର ଦେଖିଥିଲେ । ପରେ ରାଜେନ୍ଦ୍ର ଯୁବକ ସଂଘ ଦ୍ୱାରା ପରିଚାଳିତ କଲେଜ ଛକ ସ୍ଥିତ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଯାଇ ସେଠାରେ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ପୁର୍ଣ୍ଣ ତାଲା ପଡିଥିବାର ଦେଖାଯାଇଥିଲା । ବର୍ଷା ଦିନ ଆସିଯାଇଥିବାରୁ ସହରର ବିଭିନ୍ନ ଅଞ୍ଚଳରେ ନାଳ, ନର୍ଦ୍ଦମା କିପରି ସଫା କରାଯାଇଛି । ଯେଉଁ ଜାଗାରେ ଜଳ ନିଷ୍କାସନ ହେଇପାରୁ ନାହିଁ ତଥା ସହରର କିଛି ଅଞ୍ଚଳରେ ଥିବା ରାସ୍ତାଘାଟର ସୁବିଧା ସମ୍ପର୍କରେ ଶ୍ରୀ ମିଶ୍ର ବୁଲି ଦେଖିଥିଲେ । ଏହି କ୍ରମରେ ସେ ୧୮ ନଂ ୱାର୍ଡ ରାଜୀବ ନଗରରେ ଲୋକଙ୍କ ଦରକାର ଓ ଦାବୀ ମୁତାବକ ଏକ ରାସ୍ତା ଯାହାକି ସରୋଜ ସେଠ ଘରଠାରୁ ଅମୁଲ୍ୟ ମହାନ୍ତି ଘର ପର୍ୟ୍ୟନ୍ତ ଯାଇଥିବା ରାସ୍ତା ଅବସ୍ଥା ବହୁତ ଖରାପ ଥିବାରୁ ନିଜ ବିଧାୟକ ପାଣ୍ଠିରୁ ବହୁ ଶୀଘ୍ର ସେ ରାସ୍ତା ତିଆରି କରିବେ ବୋଲି ଶ୍ରୀ ମିଶ୍ର ସ୍ଥାନୀୟ ମହିଳାମାନଙ୍କୁ କହିଥିଲେ । ବିଭିନ୍ନ ଅଂଚଳ ବୁଲିବା ସମୟରେ ପ୍ରାୟତଃ ଅନେକ ରାସ୍ତାକଡମାନଙ୍କରେ ଅନେକ ବର୍ଜବସ୍ତୁ, ଅଳିଆ ଆବର୍ଜନା ପଡି ରହିଥିବା ଦେଖାଯାଇଥିଲା । କରୋନା ସମୟରେ ଯଦି ଏପରି କୁଢକୁଢ ମଇଲା ସହରର ପ୍ରତ୍ୟେକ ରାସ୍ତା, ଗଳିକନ୍ଦିର ପଡିରହେ ତେବେ ଲୋକଙ୍କ ସ୍ୱାସ୍ଥ୍ୟହାନୀ ହେବା ସୁନିଶ୍ଚିତ । ଆହୁରି ମଧ୍ୟ ବର୍ଷ ଋତୁ ଆସିଯାଇଥିବାରୁ ଅନେକ ଅଞ୍ଚଳରୁ ନାଳ ନର୍ଦ୍ଦମା ସଫେଇ ତଥା ରାସ୍ତାଘାଟ ମରାମତିକୁ ନେଇ ପୌରାଞ୍ଚଳର ଅନେକ ଅଞ୍ଚଳରୁ ଅଭିଯୋଗମାନ ଆସୁଥିବାରୁ ବହୁତ ଶିଘ୍ର ପୌରାଞ୍ଚଳର ନାଳ, ନର୍ଦ୍ଦମା ସଫେଇ, ରାସ୍ତାଘାଟ ମରାମତି ତଥା ଅନ୍ୟାନ୍ୟ ସମସ୍ୟାକୁ ନେଇ ବହୁ ଶିଘ୍ର ଏକ ସମୀକ୍ଷା ବୈଠକ ଡାକିବେ ବୋଲି ଶ୍ରୀ ମିଶ୍ର ଜଣାଇଛନ୍ତି ।

yuvodaya
Leave A Reply

Your email address will not be published.