ଦନ୍ତାନଦୀ ପୋଲ ଉପରେ ବଡ ଗର୍ତ୍ତ ସୃଷ୍ଟି

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡାରୁ ଭେଡେନ ବ୍ଲକ ସଂଯୋଗ କରୁଥିବା ବରଗଡ଼ ପିଡବ୍ଲୁଡି ବିଭାଗ ରାସ୍ତାର ଦନ୍ତା ନଦୀ ବ୍ରିଜ ଉପରେ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି । ଏହି ରାସ୍ତାରେ ଶହ ଶହ ସଂଖ୍ୟାରେ ବସ, ଟ୍ରକ, ଟ୍ରାକ୍ଟର, ଆମ୍ବୁଲାନ୍ସ, ଚାରିଚକିଆ ଯାନ, ଭାରିଯାନ, ବାଇକ, ସାଇକେଲ ଆରୋହୀମାନଙ୍କ ପାଇଁ ଏକମାତ୍ର ମୁଖ୍ୟ ରାସ୍ତା ଅଟେ । ବ୍ରିଜ ଉପରେ ଗର୍ତ୍ତଟି ଦିନକୁ ଦିନ ବଢିବାରେ ଲାଗିଛି । ତା ସହିତ ଛଡ ଦେଖା ଗଲାଣି । ଲୋକ ଯିବା ଆସିବା ସହିତ ଗାଈ ଗୋରୁ ଯିବା ଆସିବା କରୁଛନ୍ତି । ଏହି ବ୍ରିଜଟି ମାତ୍ର ୭ରୁ ୮ ବର୍ଷ ହେବ ନିର୍ମାଣ ହୋଇଛି ଏତେ କମ୍‌ ବର୍ଷରେ ବ୍ରିଜର ଅବସ୍ଥା ଶୋଚନୀୟ ହୋଇଥିବାରୁ, ଏହିପରି ଅବସ୍ଥାରେ ବ୍ରିଜ ରହିଲେ ଆଗକୁ ଦୁର୍ଘଟଣା ସହିତ ଧନ, ଜୀବନ ଯିବାର ସାଧାରଣରେ ଆଶଂକା ପ୍ରକାଶ କରୁଛନ୍ତି । ପିଡବ୍ଲୁଡି ବିଭାଗୀୟ ଉଚ୍ଚ ଅଧିକାରୀ ଧନ ଜୀବନ ନଷ୍ଟ ହେବା ଆଗରୁ ଜନସାଧାରଣଙ୍କ ଆବଶ୍ୟକତା ଦୃଷ୍ଟିରୁ ମରାମତି କାର୍ୟ୍ୟ ସଂପୂର୍ଣ୍ଣ କରିବାକୁ ଜନସାଧାରଣ ଦାବୀ କରୁଛନ୍ତି ।

Leave A Reply

Your email address will not be published.