csstore

ବଙ୍ଗୋମୁଣ୍ଡା ଜୋନର ଜିଲ୍ଲା ପରିଷଦ ସଦସ୍ୟଙ୍କ ପିତୃ ବିୟୋଗ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲା ବଙ୍ଗୋମୁଣ୍ଡା ବ୍ଲକର କୁଣ୍ଡାବୁଟୁଲା ଗ୍ରାମର ନିବାସୀ ତଥା ବଙ୍ଗୋମୁଣ୍ଡା ଜୋନର ଜିଲ୍ଲା ପରିଷଦ ସଦସ୍ୟ ଉଦ୍ଧବ ବେହେରାଙ୍କ ପିତୃଙ୍କ ବିୟୋଗ ହୋଇଯାଇଛି । ତାଙ୍କର ପିତା ଲୋକନାଥ ବେହେରା(୭୩) ଗତକାଲି ରାତ୍ର ପ୍ରାୟ ୮ ଘଟିକାରେ ତାଙ୍କର ପରଲୋକ ହୋଇଯାଇଛି । ଗତ କିଛିଦିନ ହେଲା ଅସୁସ୍ଥତା ଅବଳମ୍ବନ କରୁଥିଲେ । ବଡପୁଅ ଜିଲ୍ଲା ପରିଷଦ ସଦସ୍ୟ ଉଦ୍ଧବ ବେହେରା ମୁଖାଗ୍ନି ଦେଇଥିଲେ । ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଦ୍ୱିତୀୟ ପୁତ୍ର ବଙ୍ଗୋମୁଣ୍ଡା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି କୋଷରାଜ ବେହେରା, ତୃତୀୟ ପୁତ୍ର ବିଏସ୍‌ଏଫ୍‌ ଯବାନ ମହତାବ ବେହେରା, ବୋହୂ ପୂର୍ଣ୍ଣିମା ବେହେରା, ଅନୁରାଧା ସାହୁ, ରାଜଶ୍ରୀ ବେହେରା, ନାତି ନାତୁଣୀ ଜିଜ୍ଞାସା ବେହେରା, ଅନିଶା ବେହେରା, ଆକାଂକ୍ଷା ବେହେରା, ଆୟୁଷ ବେହେରା, ସୌମ୍ୟରଞ୍ଜନ ବେହେରା, ମୟମ୍‌ ବେହେରା, ଝିଅ, ଜ୍ୱାଇଁ ସମ୍ପର୍କୀୟ ଓ ବନ୍ଧୁ ବାନ୍ଧବମାନେ ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ । ତାଙ୍କର ପରଲୋକ ଖବର ପ୍ରଚାରିତ ହେବାପରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

jayashree
Leave A Reply

Your email address will not be published.