ଗଜା ଧାନ ଧରି ଚାଷୀଙ୍କ ଧାରଣା

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଜିଲ୍ଲା ପ୍ରଶାସନର ତ୍ରୁଟିପୂର୍ଣ୍ଣ ନୀତି ଓ ଚାଷୀଙ୍କ ଆନ୍ଦୋଳନ ସତ୍ୱେ କୈାଣସି ପଦକ୍ଷେପ ଗ୍ରହଣ କରାଯିବା ଯୋଗୁଁ ଆଜି ଚାଷୀମାନେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ଅତାବିରା ରାଜ୍ୟ କୃଷକ ସଂଗଠନ ପକ୍ଷରୁ ଚାଷୀମାନେ ଗଜା ଧାନ ଗଛ ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଜିଲ୍ଲାର ଅନେକ ମଣ୍ଡିରେ ଧାନ ବିକ୍ରି ନହୋଇ ପଡ଼ି ରହିଥିବା ବେଳେ ଲଘୁଚାପ ଜନିତ ବର୍ଷା ଯୋଗୁଁ ବିଲ ମଧ୍ୟରେ ଥିବା ଧାନରେ ଗଜା ହେଲାଣି । ସେହିପରି ମଣ୍ଡି ଗୁଡିକର ଅବସ୍ଥା ଶୋଚନୀୟ ଥିବାରୁ ଓ ଆବଶ୍ୟକ ତାରପୋଲିନ ଯୋଗାଇ ନ ଯିବାରୁ ବସ୍ତାରେ ଥିବା ଧାନ ମଧ୍ୟ ଗଜା ଦେଲାଣୀ । ଅନ୍ୟ ପକ୍ଷରେ ଧାନ ବିକ୍ରି ହୋଇପାରୁ ନଥିବାରୁ ଅନେକ ଚାଷୀଙ୍କ ଟୋକନ ଅବଧି ମଧ୍ୟ ଶେଷ ହୋଇଗଲାଣି । ଏହାର ତୁରନ୍ତ ସମାଧାନ କରିବାକୁ ଚାଷୀମାନେ ଦାବୀ କରିଥିଲେ ।

Leave A Reply

Your email address will not be published.