ଜିଲ୍ଲା ପ୍ରଶାସନ ଓ ସ୍ଵାସ୍ଥ୍ୟ ସମିତି ପକ୍ଷରୁ କରୋନା ସଚେତନତା ରାଲି

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକର ସାରଙ୍ଗଡ଼ ପଞ୍ଚାୟତରେ କରୋନା ସଚେତନତା ରାଲି ଅନୁଷ୍ଠିତ ହେଇଯାଇଛି । କନ୍ଧମାଳ ଜିଲ୍ଲା ପ୍ରଶାସନ ଓ ସ୍ଵାସ୍ଥ୍ୟ ସମିତିର ମିଳିତ ଉଦ୍ୟମରେ ପଞ୍ଚାୟତର ବିଭିନ୍ନ ଅଞ୍ଚଳ ବୁଲି ହାତରେ କରୋନା ସଚେତନତା ବାର୍ତ୍ତା ଥିବା ପ୍ଲାକାର୍ଡ ସହ ବ୍ୟାନର ଧରି ସ୍ଲୋଗାନ ମାନଦେଇ ସଚେତନତା କରିଥିଲେ । ସରକାରଙ୍କ କୋଭିଡ଼-୧୯ ନିୟମ ମାନିବା ପାଇଁ ପରାମର୍ଶ ଦେଇଥଲେ । ଘରୁ ବାହାରକୁ ବାହାରିଲେ ସର୍ବଦା ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା, ସାନିଟାଇଜ କରି ହାତ ସଫା ରଖିବା, ନିଜେ ସତର୍କ ରହିବା ସହ ଅନ୍ୟମାନଙ୍କୁ ସତର୍କ କରିବା ସଂପର୍କରେ ଲୋକଙ୍କୁ ବୁଝାଇଥିଲେ । ଏହି କାର୍ୟ୍ୟକ୍ରମରେ ଅଞ୍ଚଳର ମା’ ପାଟଖଣ୍ଡା ପାଞ୍ଚ ବନ୍ଧୁ ସମାଜ, ସ୍ଵାସ୍ଥ୍ୟକର୍ମୀ, ସରକାରୀ କର୍ମଚାରୀଙ୍କ ସମେତ ଶିକ୍ଷକ ରାକେଶ କୋଠଦଳାଇ, ଡ଼ମ୍ବରୁ ଧର ପାତ୍ର, ଦେବରାଜ ପାତ୍ର, ସହଦେବ ପାତ୍ର, ଜୟସେନ ପୂଜାରୀ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.