oom

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଲେ ଉଠାଦୋକାନୀ ମହାସଂଘର ରାଜ୍ୟ ସଭାପତି ପ୍ରତାପ ସାହୁ

jsmm

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ତାଙ୍କ ରିଲିଫ୍‌ ପାଣ୍ଠିରୁ କରୋନାର ଦ୍ୱିତୀୟ ଲହରରେ କ୍ଷତିଗ୍ରସ୍ତ ହୋଇଥିବା ସହରାଞ୍ଚଳ ଉଠାଦୋକାନୀ ମାନଙ୍କ ପାଇଁ ୨୬ କୋଟି ୨୯ ଲକ୍ଷ ୭୧ ହଜାର ଟଙ୍କା ମଞ୍ଜୁର କରିଥିବାରୁ ଓଡିଶା ଉଠାଦୋକାନୀ ମହାସଂଘର ରାଜ୍ୟ ସଭାପତି ଶ୍ରୀଯୁକ୍ତ ପ୍ରତାପ କୁମାର ସାୁହୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଶ୍ରୀଯୁକ୍ତ ସାହୁ କହିଛନ୍ତି ଯେ, ଫନି ସମୟରେ ଉଠାଦୋକାନୀମାନଙ୍କୁ ୩ ହଜାର ଟଙ୍କା ପ୍ରଦାନ କରିଥିଲେ । ଏବେ କରୋନାର ଦ୍ୱିତୀୟ ଲହରରେ ୮୭ ହଜାର ୬ଶହ ୫୬ଜଣ ଉଠାଦୋକାନୀ ମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ଦେବା ପାଇଁ ଘୋଷଣା କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ମହାସଂଘ ତରଫରୁ ଗତ କିଛିଦିନ ପୂର୍ବେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କରୋନାର ଦ୍ୱିତୀୟ ଲହରରେ ଉଠାଦୋକାନୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଥିବାରୁ ସେମାନଙ୍କୁ ମାସିକ ୫ ହଜାର ଟଙ୍କା ଏବଂ ୨୦ ହଜାର ଟଙ୍କା ଲୋନ ଯୋଗାଇ ଦେବା ପାଇଁ ଅନୁରୋଧ କରାଯାଇଥିଲା । ବିଳମ୍ବରେ ହେଲେ ମଧ୍ୟ ମୁଖ୍ୟମନ୍ତ୍ରୀ ତାଙ୍କ ରିଲିଫ୍‌ ପାଣ୍ଠିରୁ ଉଠାଦୋକାନୀମାନଙ୍କୁ କରୋନା ସହାୟତା ରାଶି ଘୋଷଣା କରିଛନ୍ତି । ବାକି ରହିଯାଇଥିବା ଉଠାଦେକାନୀମାନଙ୍କୁ ସର୍ଭେ କରାଯାଇ ସେମାନଙ୍କୁ ତୁରନ୍ତ କୋଭିଡ ସହାୟତା ରାଶି ପ୍ରଦାନ କରାଯାଉ ବୋଲି ଶ୍ରୀଯୁକ୍ତ ସାହୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁରୋଧ କରିଛନ୍ତି ।

jittmm
Leave A Reply

Your email address will not be published.