୧୨ ଶହ ଅସହାୟ ପରିବାରକୁ ରାସନ ସାମଗ୍ରୀ ବଣ୍ଟନ କଲା ‘ପ୍ରେମ’

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଗଞ୍ଜାମ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ପ୍ରେମ’ ତରଫରୁ ରିଲାଏନ୍ସ ଫାଉଣ୍ଡେସନର ସହଯୋଗରେ କରୋନା ଯୋଗୁଁ ବିଭିନ୍ନ ଅସୁବିଧାରେ ଥିବା ୧୨ ଶହ ଅସହାୟ ପରିବାରବର୍ଗଙ୍କୁ ରାସନ ସାମଗ୍ରୀ ବଣ୍ଟନ କରାଯାଇଛି । ରାସନ ସାମଗ୍ରୀମଧ୍ୟରେ ଚାଉଳ, ଡାଲି, ଚିନି, ମସଲା, ତେଲ ଏବଂ ସାନିଟାଇଜର ପ୍ରଭୃତି ରହିଥିଲା । ପ୍ରଥମ ପର୍ୟ୍ୟାୟରେ ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକର ଅସୁରବନ୍ଧ ଓ ଗୋପାଳପୁର ଶାସନ ପଞ୍ଚାୟତର ୭୮୦ ପରିବାରକୁ ଏହି ରାସନ ସାମଗ୍ରୀ ପ୍ରଦାନ କରାଯାଇଥିବା ବେଳେ ବ୍ରହ୍ମପୁର ମହାନଗର ଆମ୍ବପୁଆ ଓ ପାର୍କସାହିରେ ମଧ୍ୟ ୨ଶହ ପରିବାରକୁ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବିକ୍ରମ ପଣ୍ଡା ଓ ପ୍ରେମର ସଭାପତି ଡ଼. ଜାକୋବ ଥୁଣ୍ଡ୍ରିଲଙ୍କ ଉପସ୍ଥିତିରେ ଏହି ସାମଗ୍ରୀ ବଣ୍ଟନ କରାଯାଇଥିଲା । ସେହିପରି ରଙ୍ଗେଇଲୁଣ୍ଡା ବ୍ଲକର ମାଣ୍ଡିଆପଲ୍ଲୀ, ଭାବିନାରାୟଣପୁର, ଓୟୁଏଟି ମତ୍ସ୍ୟ ମହାବିଦ୍ୟାଳୟ ନିକଟସ୍ଥ କଲୋନି ଏବଂ ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରେ ରହୁଥିବା ଅସହାୟ ବିଧବାଙ୍କୁ ମଧ୍ୟ ରାସନ ସାମଗ୍ରୀ ପ୍ରଦାନ କରାଯାଇଥିଲା । ପ୍ରକାଶଥାଉକି କରୋନାର ପ୍ରଥମ ଲହର ସମୟରେ ପ୍ରେମ ଅନୁଷ୍ଠାନ ତରଫରୁ ଜାତୀୟ ରାଜପଥରେ ପ୍ରବାସୀମାନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ ସହ ଅସହାୟଙ୍କୁ ସହାୟତା ଦିଆଯାଇଥିଲା । ଏହି ଅବସରରେ ନବୀନର ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ରବି ରଥ, ପ୍ରେମର ଲୋକ ସମ୍ପର୍କ ଅଧିକାରୀ ରତନ ମିଶ୍ର, ନରେନ୍ଦ୍ର ପଟ୍ଟନାୟକ, ସୁବୋଧ ନାୟକ, ସୁଧୀର କୁମାର ଦିଗାଲ, ସେଲବମ୍‌ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.

fourteen − 8 =

error: Content is protected !!