jayashree

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଅନଲାଇନ୍ ପ୍ରଶିକ୍ଷଣ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଡିଆ) : ବିଦ୍ୟାଭାରତୀଙ୍କ ଯୋଜନାନୁସାରେ ଶିକ୍ଷା ବିକାଶ ସମିତିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଓଡ଼ିଶାର ସମସ୍ତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଆଚାର୍ଯ୍ୟ ଆଚାର୍ଯ୍ୟାମାନଙ୍କର ଅନଲାଇନ୍ ପ୍ରଶିକ୍ଷଣ ଜୁନ୍‌ ୦୬ ପୂର୍ବାହ୍ନ ୧୧ ଘଟିକା ସମୟରେ ଆରମ୍ଭ ହୋଇଯାଇଛି । କାର୍ଯ୍ୟକ୍ରମକୁ ସମ୍ମାନନୀୟ ସଂଗଠନ ମନ୍ତ୍ରୀ ଶ୍ରୀମାନ ଗୋବିନ୍ଦଚନ୍ଦ୍ର ମହାନ୍ତ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ । କରୋନା ସମୟରେ ସମଗ୍ର ବିଶ୍ୱବାସୀଙ୍କର ନୀରୋଗ କାମନା ପୂର୍ବକ ଛାତ୍ରଛାତ୍ରୀମାନେ କିଭଳି ଅନଲାଇନ୍ ମାଧ୍ୟମରେ ଶିକ୍ଷା ଗ୍ରହଣ କରିବେ, ସ୍ଵାସ୍ଥ୍ୟ ସଚେତନତା ଓ ଜାତୀୟ ଶିକ୍ଷାନୀତି ଉପରେ ଗୁରୁଜୀ ଗୁରୁମାମାନଙ୍କୁ ବୌଦ୍ଧିକ ପ୍ରଦାନ କରିଥିଲେ । ଶିକ୍ଷା ବିକାଶ ସମିତି, ଓଡିଶାଙ୍କ ନିର୍ଦ୍ଧାରିତ ନିୟମ ଅନୁସାରେ ସଂକୁଳଶଃ ଅନଲାଇନ୍ ଜୁମ୍‌ ମାଧ୍ୟମରେ ପ୍ରଶିକ୍ଷଣ ଆରମ୍ଭ କରାଯାଇଥିଲା । ସେହିପରି ପିପିଲି ସଙ୍କୁଳର ଆଠଟି ଶିଶୁ ବିଦ୍ୟାମନ୍ଦିରକୁ ତିନୋଟି ବିଭାଗ ବିଭକ୍ତ କରାଯାଇଥିଲା । ପ୍ରଥମ ବିଭାଗ ଡେଲାଙ୍ଗ, ସାକ୍ଷୀଗୋପାଳ ଓ ଗୁଡ଼ିଆପୋଖରୀ ଶିଶୁ ବିଦ୍ୟା ମନ୍ଦିର, ଦ୍ୱିତୀୟ ବିଭାଗ ପିପିଲି ଓ ଦାଣ୍ଡ ମୁକୁନ୍ଦପୁର ଶିଶୁ ବିଦ୍ୟା ମନ୍ଦିର, ତୃତୀୟ ବିଭାଗ କଣାସ, ତ୍ରିଲୋଚନପୁର ଓ ଖେଲାର ଶିଶୁ ବିଦ୍ୟାମନ୍ଦିରକୁ ନେଇ ସାମୂହିକ ଆଚାର୍ଯ୍ୟ ପ୍ରଶିକ୍ଷଣ ଆରମ୍ଭ କରାଯାଇଥିଲା । ପ୍ରତ୍ୟେକ ଦିବସକୁ ତିନୋଟି କାଳାଂଶରେ ବିଭାଜନ କରାଯାଇଥିଲା । ଗୁଗୁଲ୍‌ ଫର୍ମ, ପିଡିଏଫ୍‌, ବେନର୍‌ ମେକର, ୟୁଟ୍ୟବ୍‌ ଲିଙ୍‌ଙ୍କ୍‌, କାଇନ୍‌ମାଷ୍‌ଷ୍ଟର୍‌, ଇଂଣ୍‌ଣ୍ଡିକ କିବୋର୍ଡ, ଗୁଗୁଲ୍‌ ଡୋକ୍ୟୁମେଣ୍‌ଣ୍ଟ, ଗୁଗୁଲ୍‌ ଡ୍ରାଇଭ୍‌, ଗୁଗୁଲ୍‌ ଟ୍ରାନ୍‌ନ୍ସଲେଟ ସହିତ ଆଦର୍ଶ କାଲାଂଶ ମାଧ୍ୟମରେ ପ୍ରଶିକ୍ଷଣର ବ୍ୟବସ୍ଥା କରାଯାଇଛି । ପ୍ରଥମ ବିଭାଗ ସଂଯୋଜନା ଦାୟିତ୍ୱରେ ପୁରୀ ବିଭାଗ ନିରୀକ୍ଷକ ଶ୍ରୀଯୁକ୍ତ ପ୍ରସନ୍ନ ମହାନ୍ତି ଓ ଡେଲାଙ୍ଗ ଶିଶୁ ବିଦ୍ୟା ମନ୍ଦିରର ପୂର୍ବତନ ସମ୍ପାଦକ ଶ୍ରୀମାନ କିଶୋର ପ୍ରଧାନ, ଦ୍ଵିତୀୟ ବିଭାଗ ଦାୟିତ୍ୱରେ ପିପିଲି ପ୍ରଧାନାଚାର୍ଯ୍ୟ ଶ୍ରୀଯୁକ୍ତ ନେତ୍ରାନନ୍ଦ ଜେନା ଏବଂ ତୃତୀୟ ବିଭାଗ ଦାୟିତ୍ୱରେ ଖେଲାର ପ୍ରଧାନାଚାର୍ଯ୍ୟ ଶ୍ରୀଯୁକ୍ତ ଦେବ କୁମାର ମିଶ୍ରଙ୍କ ସହ ଶ୍ରୀମତୀ ଲକ୍ଷ୍ମୀପ୍ରିୟା ବେହେରା, ଶ୍ରୀଯୁକ୍ତ ନଳିନୀକାନ୍ତ ସାହୁ, ଜୟନ୍ତ ମିଶ୍ର, ସୁଶ୍ରୀ ରିନାମଣି ତାଡ଼, ଶ୍ରୀମତୀ ସ୍ନିଗ୍ଧା ମିଶ୍ର, ସୁଶ୍ରୀ ଶ୍ରୀବାଣୀ ସ୍ଵାଇଁ, ଶ୍ରୀମତୀ ଅଙ୍କିତା ପ୍ରିୟଦର୍ଶିନୀ ଇତ୍ୟାଦି ଗୁରୁଜୀ ଗୁରୁମାମାନେ ପ୍ରଶିକ୍ଷକା ଭାବରେ କାର୍ଯ୍ୟ କରୁଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ପିପିଲି ସଂକୁଳର ୨୩୮ ଜଣ ଗୁରୁଜୀ ଗୁରୁମା ପ୍ରଶିକ୍ଷଣ ଗ୍ରହଣ କରୁଛନ୍ତି ଏବଂ ଏହା ଆସନ୍ତା ଜୁନ୍‌ ୦୭ରେ ଉଦଯାପିତ ହେବାର କାର୍ଯ୍ୟକ୍ରମ ରହିଛି । ସାକ୍ଷୀଗୋପାଳ ପ୍ରଧାନାଚାର୍ଯ୍ୟ ପ୍ରଫୁଲ କୁମାର ବଡ଼ଜେନା, ଡେଲାଙ୍ଗ ପ୍ରଧାନାଚାର୍ଯ୍ୟ ନବକିଶୋର ମହାପାତ୍ର, କଣାସ ପ୍ରଧାନାଚାର୍ଯ୍ୟ ତୋଫାନ ଦଳାଇ, ତ୍ରିଲୋଚନପୁର ପ୍ରଧାନାଚାର୍ଯ୍ୟ ମଧୁସୂଦନ, ଗୁଡ଼ିଆପୋଖରୀ ପ୍ରଧାନାଚାର୍ଯ୍ୟା କଳ୍ପନା ପାଇକରାୟ ଓ ଦାଣ୍ଡ ମୁକୁନ୍ଦପୁର ପ୍ରଧାନାଚାର୍ଯ୍ୟ ବିଷ୍ଣୁପ୍ରସାଦ ଦାଶ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି ।

Leave A Reply

Your email address will not be published.