csstore

ବିଦ୍ୟାଳୟ ପାଠ ଛାଡୁଥିବା ଛାତ୍ରଛାତ୍ରୀଙ୍କ ସର୍ଭେ ସ୍ଥଗିତ ରଖିବାକୁ ଦାବୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଡିଆ) : ବିଦ୍ୟାଳୟ ପାଠ ଅଧାରୁ ଛାଡୁଥିବା ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରିବା ନିମନ୍ତେ ପୁରୀ ଜିଲ୍ଲା ସର୍ବଶିକ୍ଷା ଅଭିଯାନର ପ୍ରକଳ୍ପ ସଂଯୋଜିକାଙ୍କ‌ ନିର୍ଦ୍ଦେଶକୁ ସ୍ଥଗିତ ରଖିବାକୁ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ଡେଲାଙ୍ଗ ମଣ୍ଡଳ ତରଫରୁ ଦାବୀ କରାଯାଇଛି । କରୋନା ମହାମାରୀର ଭୟାନକ ସଂକ୍ରମଣ ନ କମିବା ପର୍ୟ୍ୟନ୍ତ ସର୍ଭେ ସ୍ଥଗିତ ରଖିବାକୁ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ଡେଲାଙ୍ଗ ମଣ୍ଡଳ ପୁରୀ ତରଫରୁ ଦାବି କରାଯାଉଛି । ଯେହେତୁ ଶିକ୍ଷୟିତ୍ରୀ ଶିକ୍ଷକମାନଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରାଯାଇନାହିଁ, ତେଣୁ ଶିକ୍ଷକଶିକ୍ଷୟିତ୍ରୀମାନଙ୍କ ସ୍ଵାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ସର୍ଭେ ସ୍ଥଗିତ ରଖିବା ପାଇଁ ପ୍ରଶାସନ ଦୃଷ୍ଟି ଦେବାକୁ ମିଟୁ କିଶୋର ପ୍ରଧାନ ସଭାପତି, ସୂର୍ୟ୍ୟ ନାରାୟଣ ସେଠୀ ସମ୍ପାଦକ, ସୁରେନ୍ଦ୍ର ନାଥ ସାହୁ, ଅଭୟ କୁମାର ରଥ, ରମେଶ ପ୍ରଧାନ, ଚନ୍ଦ୍ରଶେଖର ଧାଉଡିଆ, ଅନନ୍ତ ଚରଣ ସାହୁ, ମୀନା ଦେଈ ଓ ମମତା ପ୍ରଧାନ ଓ ଅନ୍ୟ ସଦସ୍ୟମାନେ ଡେଲାଙ୍ଗ ମଣ୍ଡଳ ତରଫରୁ ଦାବୀ କରିଛନ୍ତି ।

jayashree
Leave A Reply

Your email address will not be published.