csstore

ଚଟୁଅନକାରେ କରୋନା ଟୀକାକରଣ

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଳକ ଅନ୍ତର୍ଗତ ଚଟୁଅନକା ଗ୍ରାମପଞ୍ଚାୟତର କ୍ଳବ ଗୃହରେ କରୋନା ଟୀକା ଦିଆଯାଇଥିଲା ।ଭେକସିନ ନେବାପାଇଁ ଜୁନିୟର ରେଡକ୍ରସ ପରାମର୍ଶ ଦାତା ତଥା ପ୍ରକୃତିବନ୍ଧୁ ବିରଞ୍ଚି ନାରାୟଣ ଦାଶ, ସରପଞ୍ଚ ସସ୍ମିତା ମହାନନ୍ଦ, ମହିଳା ସ୍ୱାସ୍ଥ୍ୟ କର୍ମୀ ନମିତା ମିଶ୍ର, ଅଙ୍ଗନବାଡି କର୍ମୀ ସଙ୍ଗୀତା ବଏ, ବାସନ୍ତୀ ସୁନାନୀ, ଆଶା କର୍ମୀ ସୂର୍ୟ୍ୟକାନ୍ତୀ ମାଝୀ, ଜେମାମଣି କଲେତ ମାଇକ ଯୋଗେ ଗାଁରେ ଟୀକା ନେବାକୁ ଅନୁରୋଧ କରିଥିଲେ ହେଲେ ଲୋକମାନେ ଟୀକା ନେବାକୁ ଆଗ୍ରହ ପ୍ରକାଶ କରିନଥିଲେ । ତାପରେ ଘରଘର ଯାଇ ବୁଝାମଣା କରିବା ପରେ ୧୩ଜଣ ଟୀକା ନେଇଥିଲେ ।ଟିକାକେନ୍ଦ୍ରକୁ ତୁରେକେଲା ଡାକ୍ତରଖାନାରୁ ଡାକ୍ତର ସ୍ୱ।ଗତ ଖମାରୀ, ଡାକ୍ତର ଉମାଶଙ୍କର ସାହୁ ପରିଦର୍ଶନରେ ଆସିଥିଲେ । ଲୋକମାନେ ଟୀକା ନେବାକୁ ରାଜି ହେଉନଥିବାରୁ ପରବର୍ତ୍ତୀ ସମୟରେ ଗାଁରେ ବୈଠକ କରିବା ସହିତ ଲୋକମାନଙ୍କୁ ରାଜି କରେଇବା ପାଇଁ ଯଥାଶୀଘ୍ର ପଦକ୍ଷେପ ନେବାକୁ ନିଷ୍ପତ୍ତି ନିଆଯାଇଥିଲା ।

jayashree
Leave A Reply

Your email address will not be published.