ଏକ କୋଟିରୁ ଟଙ୍କାର ବ୍ରାଉନ୍‌ସୁଗାର ଜବତ : ୩ ଜଣ ଅଭିଯୁକ୍ତ ଗିରଫ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲାର ଜଳେଶ୍ୱରରେ ଚଢ଼ାଉ କରାଯାଇ ଗୁରୁବାର ଏକ କୋଟିରୁ ଟଙ୍କାର ବ୍ରାଉନ୍‌ସୁଗାର ଜବତ କରାଯାଇଥିବା ବେଳେ ଏହି ଘଟଣାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଖବର ମଳିଛି । ସୂଚନା ଅନୁସାରେ, ଜଳେଶ୍‌ଶ୍ୱର ସହରର ଏକ ଇଲେକ୍ଟ୍ରି ଦୋକାନରୁ ଆଜି କୋଟିଏରୁ ଅଧିକ ଟଙ୍କାର ବ୍ରାଉନ୍‌ସୁଗାର ଜବତ କରିଛି ଏସ୍‌ଟିଏଫ୍ । ଗୁରୁବାର ଦିନ ପ୍ରାୟ ୧୨ଟା ବେଳକୁ ଦୋକାନ ସଟର୍‌ ଅଧା ଖୋଲାଥିବା ବେଳେ ଭିତରକୁ ଧସେଇ ପଶିଥିଲା ଏସ୍‌ଟିଏଫ୍‌ ଟିମ୍‌ । ସେଠାରେ ଧଳାଜହର ଜବତ କରିବା ସହ ଦୋକାନ ମାଲିକ ପଥରପୁରା ସାହୁସାହି ଅଞ୍ଚଳର ପିଣ୍ଟୁ ସାହୁଙ୍କ ସମେତ କୁନା ଦାସ ଓ ସେଖ୍ ଅଫଜାନଙ୍କୁ ଗିରଫ କରିଥିଲା । ମାଜିଷ୍ଟ୍ରେଟ୍‌ ତଥା ଜଳେଶ୍ୱର ଅତିରିକ୍ତ ତହସିଲଦାର ଶାନ୍ତିରାମ ହେମ୍ବ୍ରମ୍‌ମ୍ବ ଉପସ୍ଥିତିରେ ବ୍ରାଉନସୁଗାର ଜବତ କରିବା ପରେ ଏସ୍‌ଟିଏଫ ୩ ଅଭିଯୁକ୍ତଙ୍କୁ ଧରି ଭୁବନେଶ୍ୱର ନେଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.