ଅଜଣା ଗାଡି ଧକ୍କାରେ ବିରଳ କୃଷ୍ଣସାର ମୃଗ ମୃତ

ଗଞ୍ଜାମ, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଗୁଣ୍ଠପଡା ଠାରୁ ବାଲିଛାଇ ମଧ୍ୟରେ ଥବା ଜାତୀୟ ରାଜପଥରେ କୌଣସି ଏକ ଅଜଣା ଗାଡିଧକ୍କାରେ ବିରଳ କୃଷ୍ଣସାର ମୃଗର ମୃତ ହୋଇଥିବା ଜଣାପଡିଛି । ସମ୍ଭବତଃ ଏହି ମୃଗଟି ସଡ଼କ ପାର ହେଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଘଟଣା ସ୍ଥଳରେ ଆସିକା ବନବିଭଗ ଟିମ ପହଞ୍ଚି ମୃତ କୃଷ୍ଣସାର ମୃଗଟିକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣା ପଡ଼ିଛି । ମୃତ ବିରଳ କୃଷ୍ଣସାର ମୃଗଟିର ବୟସ ପ୍ରାୟ ଦେଢ଼ ବର୍ଷ ବୋଲି ଜଣା ପଡିଛି । ଆସିକା ବନାଞ୍ଚଳରେ ଚଳପ୍ରଚଳ କରିଥିବା ଏହି ବିରଳ କୃଷ୍ଣସାର ମୃଗ ଖାଦ୍ୟ ଓ ପାଣିର ଅନ୍ୱେଷଣ ବେଳେ ଅନେକ ବାର ବାଟବଣା ହୁଅନ୍ତି ଆଉ ଦୃଘଟଣାର ଶିକାର ହେଉଥିବାର ନଜର ରହିଛି ।

Leave A Reply

Your email address will not be published.