ଡାଳୁଆ ଧାନ ବିକ୍ରିକୁ ନେଇ ଚାଷୀ ଅସନ୍ତୋଷ : ଜିଳ୍ଲାପାଳଙ୍କ ଦ୍ୱାରସ୍ତ ହେଲେ ଗୌଡ଼ଗୋଠ ଗାଁର ଚାଷୀ

ଦେଓଗାଁ, (ମନୀଷ କୁମାର ସାହୁ) : ଚଳିତ ବର୍ଷୟ ଡାଳୁଆ ଧାନ କିଣାରେ ଅହେତୁକ ଅନିୟମିତତା ଦେଖାଯାଇଛି । ଧର୍ମକୁ ଆଖି ଠାର କଲାପରି ସରକାର ଡାଳୁଆ ଧାନ କିଣୁଛନ୍ତି । ଚାଷୀ କିପରି ଭାବେ ଉତ୍ପାଦନ କରିଥିବା ଡାଳୁଆ ଧାନକୁ ଠିକ୍ ଭାବେ ମଣ୍ଡିରେ ବିକ୍ରି କରିବ ସେଥିପ୍ରତି ସରକାର ଧ୍ୟାନ ଦେଉ ନାହାନ୍ତି । ଅପର ପକ୍ଷେ ଧାନ କିପରି ଠିକ ଭାବେ ବିକ୍ରି କରି ପାରିବେ ନାହିଁ ତାହାକୁ ଆଧର କରି ନିୟମ ତିଆରି କରାଯାଉଛି ବୋଲି ଗୁରୁବାର ଗୌଡ଼ଗୋଠ ଗାଁର ଚାଷୀମାନେ ବଲାଙ୍ଗିର ଜିଳ୍ଲାପଳଙ୍କୁ ଭେଟି ଲିଖିତ ଭାବେ ଅଭିଯୋଗ କରିଛନ୍ତି । ଦେଓଗାଁ ବ୍ଳକ ନିଖୀଳ ଉତ୍କଳ ଗ୍ରାମୀଣ ଚାଷୀ ମୂଲିଆ ସଂଘ ସଭାପତି ପୁରନ୍ଦର ଭୋଇଙ୍କ ନେତୃତ୍ୱରେ ଗୌଡ଼ଗୋଠ ଗାଁର ଚାଷୀ ପତାମ୍ବର ପଧାନ, ଜିବର୍ଦ୍ଦନ ରଣା ସହ ଅନେକ ଚାଷୀ ଅଭିଯୋଗ କରିଛନ୍ତି ଯେ, ଗାଁ ନିକଟରେ ଥିବା ତେଲ ନଦୀରୁ ଗୌଡ଼ଗୋଠ ସହ ଆମ୍ବଦହନ, ରତାଖଣ୍ଡି ଗାଁର ଶତାଧିକ ଚାଷୀ ଡାଳୁଆଧାନ ଚାଷ କରିଥିଲେ । ସରକାରୀ ନିୟମ ଅନୁସାରେ ଧାନ ବିକିବା ପାଇଁ ପଞ୍ଜିକୃତ ମଧ୍ୟ କରିଛନ୍ତି । ହେଲେ ସରକାର ଧର୍ମକୁ ଆଖି ଠାର ଦେଲା ପରି କମ ସମୟରେ ଧାନ ବିକିବା ପାଇଁ ଟୋକନ ଯୋଗାଇ ଥିବା ବେଳେ ଟୋକନ ତୁଳନାରେ ଟାର୍ଗେଟ ଦେଇ ନାହାନ୍ତି । ଅପର ପକ୍ଷେ ୧୨ ଦିନ ମଧ୍ୟରେ ଧାନ ବିକି ନ ପାରିଲେ ଟୋକନ ଲେପ୍ସ ହେବା ନିୟମ କରିଥିବାରୁ ହାତ ବାନ୍ଧି ଖାଇବାକୁ ନିର୍ଦେଶ ଦେବା ପରି ହୋଇଛି । ଏହି ପରିପ୍ରେକ୍ଷୀରେ ଟୋକନ ତୁଳନାରେ ଟାର୍ଗେଟ ଦେବା ସହ ଠିକ ସମୟରେ ମଣ୍ଡିରୁ ଧାନ ଉଠାଇବା ପାଇଁ ଜିଳ୍ଲାପାଳଙ୍କ ନିକଟରେ ଦାବୀ କରିଛନ୍ତି ।

Leave A Reply

Your email address will not be published.