ଲକ୍ ଡାଉନରେ ଅମାନିଆଙ୍କୁ ସାବଡ୍‌ କରୁଛି ପୋଲିସ

ଟିଟିଲାଗଡ, (ଗୌରବ ଦର୍ଜୀ) : ରାଜ୍ୟରେ କରୋନା ସଂକ୍ରମଣର ବୃଦ୍ଧିକୁ ନେଇ ସରକାର କଟକଣାକୁ କଡାକଡି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ବଲାଙ୍ଗୀର ଜିଲ୍ଲାରେ ମଧ୍ୟ କରୋନା ସଂକ୍ରମଣ ଆୟତ୍ତ ହେଉ ନ ଥିବା ବେଳେ ପୋଲିସ ବିଭିନ୍ନ ସ୍ଥାନରେ ରହି ଯାଞ୍ଚ କରିଛି । ଟିଟିଲାଗଡ ପୋଲିସ ପ୍ରତିଦିନ ସହରର ବିଭିନ୍ନ ସ୍ଥାନରେ ରହି ଯାଞ୍ଚ କରୁଛି । ମାସ୍କ ପିନ୍ଧି ନ ଥିବା ଅମାନିଆଙ୍କୁ ତଣ୍ଡ ଗଣିବାକୁ ପଡୁଥିବା ବେଳେ ଅନେକ ଅମାନିଆ ପୋଲିସକୁ ଚକ୍ଷ୍ମା ଦେଇ ଫେରାର ମାରୁଥିବା ଦେଖିବାକୁ ମିଳୁଛି । ଟିଟିଲାଗଡ ପୋଲିସ ଅନେକ ସମୟରେ ଲୋକଙ୍କୁ ମାସ୍କକୁ ଭଲ ଭାବରେ ବ୍ୟବହାର କରିବା ପାଇଁ ସଚେତନ କରିବା ସହ ଲୋକମାନଙ୍କୁ ଚାରିଚକିଆ ଯାନବାହାନରେ ୪ ଜଣରୁ ଅଧିକ ଯିବା ପାଇଁ ମନା କରୁଥିବା ବେଳେ ଫାଇନ ମଧ୍ୟ ଆଦାୟ କରୁଛି । ଅନେକ ଅମାନିଆ ପୋଲିସ ସହ ଦୁର୍ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି । କିଛି ଅମାନିଆ ପୋଲିସର ବାରମ୍ବାର ସଚେତନ କରୁଥିବା ସତ୍ତ୍ୱେ ସନ୍ଧ୍ୟା ସମୟରେ ଖୋଲା ପବନର ଅନୁଭବ କରିବା ପାଇଁ ବୁଲି ବାହାରୁଛନ୍ତି । ଏପରି ସ୍ଥଳେ ଜନ ସାଧାରଣଙ୍କ ସ୍ଵତଃ ସଚେତନ ହେବା ଜରୁରୀ ମନେ ହୁଏ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.