oom

ଦୁଗ୍ଧ ବିକ୍ରି ପାଇଁ ଯିବା ବେଳେ ମୋଟର ସାଇକେଲର ପଛ ଚକା ଫାଟି ଦୁଗ୍ଧ ବ୍ୟବସାୟୀଙ୍କ ମୃତ୍ୟୁ

jsmm

ଦେଓଗାଁ, (ମନୀଷ କୁମାର ସାହୁ): ମଙ୍ଗଳବାର ସକାଳ ପ୍ରାୟ ସାଢ଼େ ୮ଟା ସମୟରେ ରାସ୍ତା ଦୁର୍ଘଟଣାରେ ସିକୁଆଁ ଗାଁର ଦୁଗ୍ଧ ବ୍ୟବସାୟୀ ମହେନ୍ଦ୍ର ପଧାନ (୪୩)ଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଖବର ନେବାରେ ଜଣାପଡ଼ିଛି ଯେ, ଦେଓଗାଁ ବ୍ଳକ ସିକୁଆଁ ଗାଁର ଦୁଗ୍ଧ ବ୍ୟବସାୟୀ ମହେନ୍ଦ୍ର ପ୍ରତି ଦିନ ପରି ନିଜ ମୋଟର ସାଇକଲରେ ୩ଟି କେନରେ ଦୁଗ୍ଧ ବୋଝେଇ କରି ବଲାଙ୍ଗିର ସଦର ବ୍ଳକ ଅନ୍ତର୍ଗତ କୁଠୁର୍ଲା ଗାଁରେ ଥିବା ଦୁଗ୍ଧ ବିକ୍ରୟ କେନ୍ଦ୍ରକୁ ନେଉଥିଲେ । ଯିବା ବାଟରେ ଅର୍ଥାତ ସିକୁଆଁ ବ୍ରିଜରୁ ପ୍ରାୟ ଶହେ ମିଟର ଯିବା ପରେ କୁଠୁର୍ଲା ରାସ୍ତାରେ ମୋଟର ସାଇକେଲର ପଛ ଚକା ଫାଟିଯିବାରୁ ଭାରସାମ୍ୟ ହରାଇ ପଡ଼ିଯିବାରୁ ଆଘାତ ପାଇ ଅଚେତ ହୋଇଥିଲେ । ତୁରନ୍ତ ଆମ୍ବୁଲାନ୍ସରେ ବଲାଙ୍ଗିର ଭୀମ ଭୋଇ ଡାକ୍ତରଖାନାକୁ ନେବା ବାଟରେ ପ୍ରାଣ ବାୟୁ ଚାଲି ଯାଇଥିବା ପରିବାର ଲୋକ କହୁଛନ୍ତି । ବଲାଙ୍ଗିରରେ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଥିଲା । ଦିନ ପ୍ରାୟ ଦେଢ଼ଟା ସମୟରେ ସୋନଗଡ଼ ନଦୀରେ ଶେଷକୃତ୍ୟ କରାଯାଇଥିଲା । ଜ୍ୟେଷ୍ଠ ପୁତ୍ର ରିକେଶ ମୁଖାଗ୍ନୀ ଦେଇଥିଲେ । ସ୍ୱର୍ଗତ ପଧାନଙ୍କ ବୃଦ୍ଧ ମାତା ପିତା ସହ ପତ୍ନୀ କୁମୋଦିନୀ ଓ ଦୁଇ ପୁଅ ଓ ଗୋଟିଏ ଝିଅ ଅଛନ୍ତି । ଦୁଇ ମାସ ତଳେ ତାଙ୍କ ଝିଅକୁ ବାହା କରିଥିଲେ । ସେ ଜଣେ ପରୋପକାରୀ ବେଶ ଜଣାଶୁଣା ଥିବା ବେଳେ ବହୁ ଦିନରୁ ବିଜେପି ଦଳରେ ସାମିଲ ହୋଇଥିଲେ । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଦେଓଗାଁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

jittmm
Leave A Reply

Your email address will not be published.