ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ୩୦ରୁ ଅଧିକ ବାଲି ଗାଡି ଜବତ : ଜିଲ୍ଲା ପ୍ରଶାସନର ଅଭିନବ ପ୍ରୟାସ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଋଷିକୂଲ୍ୟା ନଦୀ ପଠାରୁ ବାଲି ଚୋରା ଚାଲାଣ ହେବା ବିଷୟରେ କେଉଁ ଅନାଦି କାଳରୁ ଏହି ଚୋରା ପ୍ରଥା ଏଠାରେ ପ୍ରଚଳିତ ହୋଇଅଛି । ଏହା ଏକ ପ୍ରାକୃତିକ ଖଣିଜ ପଦାର୍ଥ ଏବଂ ଏଠାକାର ବାଲି ଗୃହନିର୍ମାଣ/ କୋଠାବାଡି ସକାଶେ ଋଷିକୁଲ୍ୟାର ବାଲି ଖୁବ ଉତ୍କୃଷ୍ଟ ବୋଲି କୁହାଯାଏ । ଭାରତ ବର୍ଷର ସପ୍ତସିନ୍ଧୁ, ଏବଂ ନଦ- ନଦୀ ମଧ୍ୟରେ ଏହା ଏକ ପୁଣ୍ୟତ୍ତୋୟା ଭାବେ ଦକ୍ଷିଣାଞ୍ଚଳର ଏହିନଦୀ ଏକ ପବିତ୍ର ଗଙ୍ଗା ନଦୀ ଭଳି ହିନ୍ଦୁ ପାରମ୍ପରିକ ଶାସ୍ତ୍ରରେ ଏହାର ପବିତ୍ରତାର ସ୍ଥାନ ମିଳିଛି । କୁହାଯାଏ ଯେ’ ଋଷିମାଳା ପର୍ବତରୁ ଋଷିକୁଲ୍ୟା ଜାତ । ଏହି ନଦୀର ଆଧୂନିକ ସ୍ଥଳ ଗଞ୍ଜାମ ଜିଲ୍ଲାର ଆସ୍କା ସହରାଞ୍ଚଳରୁ ବାହାରି ଏହା ଗଞ୍ଜାମ ସହରର ଉପକୂଳ ଅଞ୍ଚଳରେ ପଡି ଶେଷ ହୋଇଛି । ଯାନ୍ତ୍ରିକ ପ୍ରୟୋଗ କରି ଲକ୍ଷ ଲକ୍ଷ ମହଣର ବାଲି ବିଭିନ୍ନ କୂଳ / ପଠାରୁ ବାଲି ଉତ୍ତୋଳନ କରି ବାହାର ରାଜ୍ୟକୁ ଚୋରା ଚାଲାଣ ହେବା ଏହା ଏକ ସ୍ୱାଭାବିକର ବିଷୟ ଅଟେ । ଏଥିରେ ବାଲି ମାଫିଆ ମାନେ ବହୁ ଲାଭବାନ ହୋଇ ମାଲା ମାଲ ହୋଇ ଯାଇଛନ୍ତି । ଏଦିଗରେ ବହୁ ରାଜସ୍ୱ ଅଧିକାରୀ ଏବଂ ପୋଲିସ ପ୍ରଶାସନର ମଧ୍ୟ ହାତ ରହିଥିବା ଶୁଣଶିବାକୁ ମଳିୁଛି । ସମସ୍ତେ ଏହା ଲାଗି ଲାଭବାନ ହେଉଥିଲେ । ପ୍ରକାଶ ଥାଉକି, ଆନ୍ଧ୍ରପ୍ରଦେଶରେ ନଦୀରୁ ବାଲି ଉତ୍ତୋଳନ କରାଯିବାର ସେଠାକାର ରାଜ୍ୟ ସରକାର ବନ୍ଦ କରିଦେଇଛନ୍ତି । ସମ୍ପ୍ରତି ଗୋଦାବରୀ ନଦୀରୁ ବାଲି ଉତ୍ତୋଳନ ସମ୍ପୂର୍ଣ ନିଷିଦ୍ଧତା ରହିଛି । ତେବେ ଗଞ୍ଜାମ ସହରରୁ ଆନ୍ଧ୍ରପ୍ରଦେଶକୁ ଜାତୀୟ ରାଜପଥର ସୁଗମ ଉନ୍ମୁକ୍ତ ରହିଛି । ସୀମାନ୍ତ ଗିରିଶୋଲା ପାର ହୋଇଗଲେ ଆଉ କୌଣସି ଅସୁବିଧା ନାହିଁ । ଏହି ବାଲି ବିଶାଖାପାଟ୍ଟନାମ, ଗୁଣ୍ଟୁରୁ, ରାଜମହେନ୍ଦ୍ରୀ ପର୍ଯ୍ୟନ୍ତ ଚୋରାରେ ଚାଲାଣ ହୋଇଥାଏ । ବଡ଼ ବଡ଼ ଭାରିଯାନ ଟ୍ରକ ବୋଝେଇ ସେହି ସ୍ଥାନର ଦର ପ୍ରାୟ ୬୦ ହଜାର ଟଙ୍କା ବୋଲି କୁହାଯାଏ । ତେବେ ଏହି ବାଲି ଚୋରା ଚାଲାଣରେ ଆଜି ପ୍ରତିବନ୍ଧକ ସ୍ୱରୂପ କାର୍ଯ୍ୟାନୁଷ୍ଠାନ ହେଲା । ଏସବୁ ପ୍ରଶାସନର କର୍ମଚାରୀ ମାନେ ଜାଣି ଲାଞ୍ଚ କାରବାରରେ ଏହା ଚଳି ଆସୁଥିବା ସାଧାରଣରେ ଚର୍ଚ୍ଚା ହୋଇଛି । ଆଜି ଗଞ୍ଜାମ ଜିଲ୍ଲାପାଳଙ୍କ ଏହି ଅଭିନବ ଉପାୟ ଅବଲମ୍ବନ କରିଛନ୍ତି । ଏହା ଏକ ବଳିଷ୍ଠ ପଦକ୍ଷେପ ବୋଲି ସାଧାରଣରେ ଚର୍ଚ୍ଚା ହୋଇ ଉଠିଛି । ଘଟଣାରୁ ପ୍ରକାଶ ଯେ’ ଋଷିକୂଲ୍ୟା ନଦୀପଠାରୁ ବେଆଇନ ଭାବେ ବାଲି ଚୋରା ଚାଲାଣ ହେଉଥିବା ଖବର ଜାଣି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ରାତି ଅଧିଆରୁ ଏକ ବ୍ୟାପକ ମିଳିତ ଚଡାଉ ହୋଇଥିଲା । ଜିଲ୍ଲାପ୍ରଶାସନ ପକ୍ଷରୁ ହୋଇଥିବା ଚଢ଼ାଉ କରାଯାଇ ଛତ୍ରପୁର ସଦରମହକୁମାର ନ୍ୟୁ- ବସଷ୍ଟାଣ୍ଡ ଠାରୁ ରାଜପଥର ବିଭିନ୍ନ ସ୍ଥାନରେ ବହୁ ମାଲବାହୀ ଟ୍ରକ, ଟ୍ରାକ୍ଟର, ପ୍ରାୟ ୩୦ ଗୋଟି ସହ ଦୁଇଟି ହିଟେଚ୍‌ ଆଦି ଜବତ କରାଯାଇ ବିହିତ କାର୍ଯ୍ରାନୁଷ୍ଠାନ ଗ୍ରହଣ କରାଯାଇଛି । ସେମାନଙ୍କ ବିରୁଦ୍ଧରେ ମକଦ୍ଧମା ଜାରୀ କରାଯାଇଛି । ବହୁ ଗାଡ଼ିରେ ବାଲି ବୋଝେଇ ଯାନବାହନ ଗୁଡିକୁ ଜବତ କରାଯିବା ସହ ଜିଲ୍ଲାପ୍ରଶାସନ ପକ୍ଷରୁ ଏହି ଚଢ଼ାଉ ହୋଇଥିବା ଏବଂ ଅଧିକାଯାଞ୍ଚ ପ୍ରକ୍ରିୟା ସହ ତଦନ୍ତ ଜାରୀ ରହିଛି, ଯାହାକି ଜିଲ୍ଲାପାଳଙ୍କର ନିଜସ୍ୱ ଇଚ୍ଛାଶକ୍ତି ଦ୍ୱାରା ଏହି ଧରପଗଡକୁ ସାଧାରଣରେ ପ୍ରସଂଶା-ଭାଜନ କରାଯାଇଛି ।

Leave A Reply

Your email address will not be published.