csstore

ସଂକଳ୍ପ ପରିବାରର ସଦସ୍ୟ ଆକାଶ ପଣ୍ଡାଙ୍କ ଜନ୍ମ ଦିନ ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ବରଗଡ଼, (ନିରୋଜ କୁମାର ପାଣୀ) : ସ୍ୱେଚ୍ଛାସେବୀ ଅନୁଷ୍ଠାନ ସଂକଳ୍ପ ପରିବାରରର ସକ୍ରିୟ ସଦସ୍ୟ ଆକାଶ ପଣ୍ଡାଙ୍କ ୨୫ତମ ଜନ୍ମ ଦିନ ଅବସରରେ ଆଜି ତାଙ୍କ ନିଜ ଗ୍ରାମ ଗର୍ଭନା ଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ରକ୍ତ ଦାନ ଶିବିରରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ମନ୍ତ୍ରୀ ସୁଶାନ୍ତ ସିଂ ଯୋଗଦାନ କରି ରକ୍ତଦାନ ଶିବିର ଉଦଘାଟନ କରିଥିବା ବେଳେ ଏହି ମହାମାରୀ ସମୟରେ ରକ୍ତଦାନ କରୁଥିବାରୁ ସଂକଳ୍ପ ପରିବାର ଓ ସମସ୍ତ ରକ୍ତଦାତା ମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ସେହିପରି ସମ୍ମାନିତ ଅତିଥି ଭାବରେ ବିପ୍ଲବୀ କବି ନୀତିଶ ଆଚାର୍ୟ୍ୟ ଓ ଶ୍ରୀମତୀ ସୁରେଖା ଭୁଏ (ସାମାଜିକ କର୍ମୀ) ଯୋଗଦାନ କରି ନିଜେ ରକ୍ତଦାନ କରିବା ସହିତ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଶିବିରରରେ ଆକାଶ ପଣ୍ଡାଙ୍କ ୨୫ ତମ ଜନ୍ମ ଦିନ ଉପଲକ୍ଷେ ୨୫ ୟୁନିଟ ରକ୍ତ ବରଗଡ଼ ରକ୍ତ ଭଣ୍ଡାର କର୍ମଚାରୀ ଅମ୍ରଜିତ ମହାନ୍ତି, ଭୁବନେଶ୍ୱର ସାହୁ, ରାକେଶ ରଣା ରକ୍ତ ସଂଗ୍ରହ କରିଥିବା ବେଳେ ସଂକଳ୍ପ ପରିବାର ତରଫରୁ ବିକାଶ ଅଗ୍ରୱାଲ, ରୋହିତ ଜସ୍ୱାଲ, ଜି ରମେଶ, ନିଲେସ ପଧାନ, ଶେଷଦେବ ପଧାନ, ଅକ୍ଷୟ ମିଶ୍ର ପ୍ରମୁଖ ଶିବିର ପରିଚାଳନା କରିଥିଲେ ।

jayashree
Leave A Reply

Your email address will not be published.