ବରଗଡ, (ନିରୋଜ କୁମାର ପାଣୀ) : ସାରା ଦେଶ ଆଜି କରୋନାର ଦ୍ୱିତୀୟ ଲହରରେ କବଳିତ । ଏବେ ସଚେତନତାର ଅଭାବ ଯୋଗୁଁ ଗ୍ରାମାଞ୍ଚଳରେ କରୋନା ବ୍ୟାପିବାରେ ଲାଗିଛି । ତେଣୁ ନିଷ୍ଠା ପରିବାର ତରଫରୁ ଆଜି ସକାଳ ୯ଟାରେ କରୋନା ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଆଜି ନିଷ୍ଠା ପରିବାର କରୋନା ସଚେତନତା ବାର୍ତାର ଚତୁର୍ଥ ପର୍ଯ୍ୟାୟରେ କୁରୁଆଁ, ପାତରପାଲି, ଗଣ୍ଡପାଲି, ଆନ୍ଧ୍ର ଡେରା, ତୋରା, ପ୍ରଧାନ ଟିକ୍ରା, ଷାଣ୍ଢ ଟିକ୍ରା, ସାହୁ ଟିକ୍ରା ଗାଁକୁ ଯାଇ କରୋନା ସଚେତନତା କାର୍ଯ୍ୟକ୍ରମ କରିଥିଲା ଟିମ୍ ନିଷ୍ଠା । ଗାଁ ଗାଁକୁ ଯାଇ ଲିଫଲେଡ ଓ ମାସ୍କ ବାଣ୍ଟି ଲୋକଙ୍କୁ ସଚେତନତାର ବାର୍ତ୍ତା ଦିଆଯାଇଥିଲା । କୌଣସି ପ୍ରକାରର କରୋନା ଲକ୍ଷଣ ଦେଖାଦେଲେ ଅବହେଳା ନ ହୋଇ କରୋନା ପରୀକ୍ଷଣ କରିବା, ମାସ୍କ ପିନ୍ଧିବା, ଅଯଥାରେ ଭିଡ ନକରିବା, ତାସ ଖେଳରୁ ନିବୃତ ରହିବା, ରୋଗୀଙ୍କୁ ଘୃଣା ନ କରିବା ଓ ଅନ୍ୟାନ୍ୟ ବିଷୟରେ ସଚେତନ କରିବା ସହ ଟୀକା ନେବା ପାଇଁ ଲୋକଙ୍କୁ ସୂଚନା ଦେଇଥିଲେ । ବରଗଡ ମୁଖ୍ୟ ଚିକିତ୍ସାଳୟରେ ଚାଲିଥିବା ନିଷ୍ଠା ପରିବାରର ଦିବା ରାତ୍ର ସେବାର ମୋବାଇଲ ନମ୍ବରରେ ଯୋଗାଯୋଗ କରିବା ପାଇଁ ସମସ୍ତଙ୍କୁ ଅବଗତ ମଧ୍ୟ କରିଥିଲେ । ଏହି କାର୍ଯ୍ୟକ୍ରମରେ କୁରୁଆଁ ଗ୍ରା:ପର ସରପଞ୍ଚ ପ୍ରତିନିଧି ଜଗବନ୍ଧୁ କଲତା, ଦିପକ ଦେହେରୀ, ତୋରାର ସତ୍ୟଜିତ ସାହୁ, ନିଷ୍ଠା ପରିବାରର ସଭାପତି ରକ୍ଷପାଲ ସାହୁ, ଉପସଭାପତି କ୍ଷୀରୋଦ୍ର ସାହୁ, ଉପଦେଷ୍ଟା ବିଦ୍ୟାଧର ଭୋଇ, କୋଷାଧକ୍ଷ ଶ୍ୟାମ ସୁନ୍ଦର ସାହୁ, ଲୋକନାଥ ସାହୁ, ତ୍ରୀମଲ ସାହୁ ଓ ଅନ୍ୟ ସଦସ୍ୟମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।
Prev Post