ସଇଁନ୍ତଲା ଡାକ୍ତରଖାନାକୁ ଜିଲ୍ଲାପାଳଙ୍କ ପରିଦର୍ଶନ

ସଇଁନ୍ତଲା, (ଅଜିତ କୁମାର ସାହୁ) : କରୋନାକୁ ନେଇ ଏବେ ଲୋକେ ଚିନ୍ତାରେ ରହୁଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଲକଡାଉନ ମଧ୍ୟ ଘୋଷଣା କରାଯାଇଛି । ହେଲେ ବଲାଙ୍ଗିର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାର ନା ନେଉ ନାହିଁ କରୋନା ଯାହାକୁ ନେଇ ଲୋକେ ଭୟଭୀତ ଅବସ୍ଥାରେ ମଧ୍ୟ ରହୁଛନ୍ତି । ତେବେ ଏଭଳି ପରିସ୍ଥିତିରେ ଲୋକଙ୍କୁ ସ୍ୱାସ୍ଥ୍ୟର ବ୍ୟବସ୍ଥା କିଭଳି ଭାବରେ ଦିଆଯାଉଛି ତାହାର ତଦାରଖ କରିବା ପାଇଁ ଆଜି ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ସଇଁନ୍ତଲା ଡାକ୍ତରଖାନାକୁ ଆସି ବିଭିନ୍ନ ସମସ୍ୟା ସମ୍ପର୍କରେ ତଦାରଖ କରିବା ସହ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ମାନଙ୍କ କରୋନା ଆକ୍ରାନ୍ତଙ୍କ ରୋଗୀମାନଙ୍କୁ କିଭଳି ଭାବରେ ତାଙ୍କର ସ୍ୱାସ୍ଥ୍ୟ ବ୍ୟବସ୍ଥା କରାଯାଉଛି ଭଳି ଅନେକ ସମସ୍ୟାକୁ ନେଇ ଆଲୋଚନା କରିଥିଲେ । ଜିଲ୍ଲାପାଳ ଶ୍ରୀ ରାଣାଙ୍କ ପରିଦର୍ଶନ ସମୟରେ ସଇଁନ୍ତଲା ଡାକ୍ତରଖାନାର ଅଧିକାରୀ ସମରେନ୍ଦ୍ର ମହାପାତ୍ର, ବିଡ଼ିଓ ଦେବାଶିଷ ସାମଲ, ଡାକ୍ତର ବିଶ୍ଵଜିତ ମିଶ୍ର, ପିଏଚଓ ମିନା ତ୍ରିପାଠୀ, ସମାଜସେବୀ ଦେବେନ୍ଦ୍ର ଯୋଶୀ ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟପଟେ ଆଜି ଗର୍ଭବତୀ ମହିଳାମାନେ ଚିକିତ୍ସା ହେବା ପାଇଁ ଆସିଥିବା ବେଳେ ତାଙ୍କ ପାଇଁ କୌଣସି ପ୍ରକାର ବ୍ୟବସ୍ଥା କରାଯାଉ ନ ଥିବା ମଧ୍ୟ ଦେଖାଯାଇ ଥିଲା । ହେଲେ କରୋନା କଟକଣାକୁ ମାନୁ ନଥିବା ଭଳି ପରିସ୍ଥିତି ମଧ୍ୟ ଦେଖା ଦେଇଛି । ଡାକ୍ତରଖାନାକୁ ଆସୁଥିବା ସମୟରେ ଲୋକଙ୍କ ଭିଡ଼ ମଧ୍ୟ ଲାଗି ରହିଛି । ତେବେ ପ୍ରଶାସନ ପକ୍ଷରୁ ରୋଗୀଙ୍କ ପାଇଁ ସଠିକ ଭାବରେ ବ୍ୟବସ୍ଥା ନ କରିବା ସହ ରୋଗୀ ଡାକ୍ତରଖାନାକୁ ଆସିଲେ ଚିକିତ୍ସା ପାଇଁ ଘଣ୍ଟା ଘଣ୍ଟା ଧରି ମଧ୍ୟ ଅପେକ୍ଷା କରୁଛନ୍ତି । କିନ୍ତୁ ଯେଉଁ ସମୟରେ ଜିଲ୍ଲାପାଳ ଡାକ୍ତରଖାନାକୁ ପରିଦର୍ଶନ କରିବା ପାଇଁ ଆସୁଛନ୍ତି ସେହି ଦିନ ହିଁ ସଫା ସୁତୁର ମଧ୍ୟ ଡାକ୍ତରଖାନାକୁ ରଖାଯାଉଛି । ସରକାର ଡାକ୍ତରଖାନା ପାଇଁ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ହେଲେ ଏହି ଡାକ୍ତରଖାନାରେ ତାହା ପ୍ରହସନ ପାଲଟିଛି । ଅନେକ ରୋଗୀ ଡାକ୍ତରଖାନା ଉପରେ ନିର୍ଭର କରୁଥିବା ବେଳେ ଡାକ୍ତର ଅଭାବ ଯୋଗୁଁ ରୋଗୀଙ୍କ ଚିକିତ୍ସା ପାଇଁ ବିଳମ୍ବ ହେଉଛି ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ପ୍ରତ୍ୟେକ ଦିନ ହଜାର ହଜାର ଲୋକେ ଏହି ଡାକ୍ତରଖାନା ଉପରେ ନିର୍ଭର କରୁଛନ୍ତି ହେଲେ ସ୍ଥାନୀୟ ଡାକ୍ତରଖାନାର ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଠିକ ଭାବରେ ଚିକିତ୍ସା ଲୋକେ ପାଇଁ ପାରୁ ନାହାଁନ୍ତି । ଅନେକ ଥର ଡାକ୍ତରଖାନାର ଅଧିକାରୀଙ୍କ ଉପରେ ଜିଲ୍ଲାପାଳ ତାଙ୍କର କାର୍ଯ୍ୟକଳାପକୁ ନେଇ ଅସନ୍ତୋଷ ମଧ୍ୟ କରିଛନ୍ତି ହେଲେ ଫଳ ଶୂନ୍ୟ । ତେବେ ଆଜି ଜିଲ୍ଲାପାଳ ଶ୍ରୀ ରାଣା ଡାକ୍ତରଖାନାରେ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିବା ସହ ରୋଗୀଙ୍କ ପାଖକୁ ଯାଇ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଝି ଥିଲେ । ହେଲେ ଜିଲ୍ଲାପାଳଙ୍କ ଗସ୍ତ ସମୟରେ କୋଭିଡ଼ ପରୀକ୍ଷା ପାଇଁ ଆସିଥିବା ରୋଗୀଙ୍କ ପାଇଁ କୌଣସୀ ପ୍ରକାରର ବ୍ୟବସ୍ଥା କରାଯାଇନ ଥିବାର ମଧ୍ୟ ଦେଖିଥିଲେ ।

Leave A Reply

Your email address will not be published.