oom

ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ସଚେତନତା ରଥ

jsmm

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଭେଡେନରୁ କରୋନାର ଦ୍ୱିତୀୟ ଲହର ଏବେ ଗାଁ ମୁହାଁ ହୋଇଥିବା ବେଳେ ସଂକ୍ରମଣ ଚେନ୍‌ ଭାଙ୍ଗିବା ପାଇଁ ସରକାରଙ୍କ ପକ୍ଷରୁ ଲକଡାଉନ୍ ଘୋଷଣା କରାଯାଇଛି । ଏହି ଅବସରରେ ଗାଁ ଗହଳିର ଲୋକମାନଙ୍କୁ ସଚେତନ କରିବା ତଥା ସାହାଯ୍ୟ କରିବା ପାଇଁ ବରଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଏକ ସଚେତନତା ରଥ ବାହାରି ବରଗଡ଼ ଜିଲ୍ଲାର ଗାଁ ଗଣ୍ଡାରେ ବୁଲି ଲୋକମାନଙ୍କୁ ସଚେତନ କରିବା ସହ ମାସ୍କ ବଣ୍ଟନ, ସାବୁନରେ ବାରମ୍ବାର ହାତ ଧୋଇବା ତଥା ଅସହାୟ ଗରିବ ମାନଙ୍କୁ ରାସନ ସାମଗ୍ରୀ ବଣ୍ଟନ କରିଥିଲେ । ଏହି କ୍ରମରେ ଆଜି ଏହି ସଚେତନତା ରଥ ଭେଡେନରେ ପହଞ୍ଚିବା ପରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଦୌରା ଜଜ ସଞ୍ଜୟ କୁମାର ସାହୁ ସବୁଜ ପତାକା ଦେଖାଇ ଯାତ୍ରାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ରାଇସ ମିଲ ସଂଘ, ଲାୟନ୍ସ କ୍ଲବ ଥୁଆପାଲି, ବଣିକ ସଂଘ ତରଫରୁ ସହାୟତା ହାତ ବଢ଼ାଇ ଥିଲେ । ଏହି କାର୍ଯ୍ୟକ୍ରମରେ ସିଭିଲ କୋର୍ଟ ରେଜିଷ୍ଟାର ବିଶ୍ୱ ବିସୃତ କର, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଂପାଦିକା ଶ୍ରୀମତୀ ନୀଳିମା ପଣ୍ଡା, ଜେଏମ୍‌ଏଫ୍‌ସି ଶ୍ରୀମତୀ ଶାଶ୍ୱତୀ ମହାପାତ୍ର, ଭେଡେନ ଏସ୍‌ଆଇ ମନୋଜ କୁମାର ପ୍ରଧାନ ବାର ଏସୋସିଏସନ୍ ସଭାପତି ଜଗତ ଭୂଷଣ ଶତପଥୀ, ଶୁଶିଲ ବେହେରା, ସନ୍ତୋଷ ତ୍ରୀପାଠୀ, ଆନନ୍ଦ ପଧାନ ଆଦି ଯୋଗ ଦେଇ ଲୋକମାନଙ୍କୁ ସଚେତନ କରିବା ସହ ଚୁଡା, ଚାଉଳ, ଆଳୁ, ପିଆଜ ଆଦି ରାସନ ସାମଗ୍ରୀ ବଣ୍ଟନ କରିଥିଲେ ।

jittmm
Leave A Reply

Your email address will not be published.