oom

ଆଦର୍ଶ ଶିକ୍ଷକ କୈବଲ୍ୟ ତରିଆଙ୍କ ସ୍ମୃତିରେ ଶୋକସଭା

jsmm

ସଇଁନ୍ତଲା, (ଅଜିତ କୁମାର ସାହୁ) : ସଇଁନ୍ତଲା ବ୍ଲକ ଅନ୍ତର୍ଗତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଆଦର୍ଶ ଶିକ୍ଷକ କୈବଲ୍ୟ ତରିଆ (୫୨ ବର୍ଷ) ଅସୁସ୍ଥତା କାରଣରୁ ବରଗଡ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ଗତ ୧୭ ତାରିଖ ସନ୍ଧ୍ୟାରେ ମୃତ୍ୟୁ ବରଣ କରିଥିଲେ । ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ବିଦ୍ୟାଳୟ ତରଫରୁ ଭାରଚ୍ୟୁଆଲ ମାଧ୍ୟମରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଶ୍ୱନାଥ ମେହେରଙ୍କର ସଂଯୋଜନାରେ ଆୟୋଜିତ ସ୍ମୃତି ସଭାରେ ବରିଷ୍ଠ ଶିକ୍ଷକ ବ୍ରଜମୋହନ ମାଝି, ଆଦିତ୍ୟ ରଣା, ଶିକ୍ଷୟତ୍ରୀ ରେଣୁକା ସାହୁ, ଗାୟତ୍ରୀ ବାରିକ, ସ୍ୱାଗତିକା ଦାଶ, କାନ୍ତି ଭୋଇ, ଭାରତୀ ପ୍ରଧାନ, ଦ୍ରୋପଦୀ ଭୋଇ, ଯଶୋବନ୍ତି ସୁନା, ସଂସ୍କୃତ ଶିକ୍ଷକ ସୁଦର୍ଶନ ଦାଶ, ଜୁନିୟର ରେଡକ୍ରସ ପରାମର୍ଶଦାତା ରାମ ନାରାୟଣ ଦାଶ, ପ୍ରଭୃତି ନିରବ ପ୍ରାର୍ଥନାରେ ଯୋଗଦାନ କରିଥିଲେ । ଶିକ୍ଷକ ଲିଙ୍ଗରାଜ ନନ୍ଦ କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷକ କୈବଲ୍ୟ ତରିଆ ଲୋଇସିଂହା ବ୍ଲକ ଅନ୍ତର୍ଗତ ଗୁର୍ଜିଭଟା ଗ୍ରାମବାସୀ ଥିଲେ । ସ୍ୱର୍ଗତ ତରିଆ ୧୯୯୬ ମସିହାରେ ତୁରେକେଲା ବ୍ଲକ ଅନ୍ତର୍ଗତ ବରିଆଳୀ ପ୍ରାଥମିକ ବିଦ୍ୟାଳୟରୁ ଶିକ୍ଷକତା ବୃତ୍ତି ଆରମ୍ଭ କରିଥିଲେ । ସେ ଜଣେ କର୍ତ୍ତବ୍ୟନିଷ୍ଠ, ଛାତ୍ରବତ୍ସଳ, ମେଳାପି ତଥା ଆଦର୍ଶ ଶିକ୍ଷକ ଥିବା ସହିତ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ସହିତ ଜଡିତ ରହିଥିଲେ । ସାହିତ୍ୟ ପ୍ରତି ତାଙ୍କର ବିଶେଷ ଅନୁରାଗ ଥିଲା ।

jittmm
Leave A Reply

Your email address will not be published.