ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ବରିଷ୍ଠ ସାମ୍ବାଦିକ କୈଳାଶ ଚନ୍ଦ୍ର ସାହୁଙ୍କ ଦ୍ୱାଦଶାହରେ ଶ୍ରଦ୍ଧାଂଜଳି ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ବରିଷ୍ଠ ସାମ୍ବାଦିକ ତଥା ସଂଘର ପୁର୍ବତନ କାର୍ଯ୍ୟକାରୀ ସଭାପତି କୈଳାଶ ଚନ୍ଦ୍ର ସାହୁଙ୍କ ବିୟୋଗରେ ଏକ ଶ୍ରଦ୍ଧାଂଜଳି ସଭା ଦ୍ୱାଦଶାହ ଅବସରରେ ସାମ୍ବାଦିକ ଭବନରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ହରିନାରାୟଣ ପୂଜାରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭା ପ୍ରାରମ୍ଭରେ ସ୍ୱର୍ଗତ ସାହୁଙ୍କ ଫଟୋ ଚିତ୍ରରେ ଉପସ୍ଥିତ ସାମ୍ବାଦିକ ବୃନ୍ଦ ଶ୍ରଦ୍ଧାଂଜଳି ପ୍ରଦାନ ପୂର୍ବକ ଧୂପ ଓ ପୁଷ୍ପ ପ୍ରଦାନ କରିଥିଲେ । ଏହା ପରେ ତାଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଜଣେ ନିର୍ଭୀକ, ନିଷ୍ଠାପର, ପରୋପକାରୀ, ଶ୍ରଦ୍ଧାଳୁ ସାମ୍ବାଦିକଭାବରେ କୈଳାଶ ସାହୁ ପରିଚିତ ଥିଲେ । ସଂଘର ସାଂଗଠନିକ ଦାୟିତ୍ୱ ନିର୍ବାହ ଓ ଉନ୍ନତିରେ ତାଙ୍କର ବିଶେଷ ଅବଦାନ ଥିଲା ବୋଲି ଉପସ୍ଥିତ ସାମ୍ବାଦିକମାନେ ମତପ୍ରକାଶ କରିଛନ୍ତି । ଏହି ଶୋକସଭାରେ ସଂଘ ସଭାପତି ଶ୍ରୀ ପୂଜାରୀଙ୍କ ସହ ମଂଚାସୀନ ଥିଲେ ସାଧାରଣ ସଂପାଦକ ବଳରାମ ମିଶ୍ର, ବରିଷ୍ଠ ସାମ୍ବାଦିକ ଗୋପବନ୍ଧୁ ଶତପଥୀ ଓ ନବୀନ ପଶାୟତ । ସ୍ମୃତିଚାରଣ କରି ନିଜ ନିଜର ମତ ପ୍ରଦାନ କରିଥିଲେ ସାମ୍ବାଦିକ ବିଷ୍ଣୁପ୍ରସାଦ କେଡିଆ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ବିରେନ୍ଦ୍ର ଝାଙ୍କର, ବିଭୁକଲ୍ୟାଣ ଗଡତ୍ୟା ଓ ଗୋପବନ୍ଧୁ ଶତପଥି । ସଂଦୀପ କୁଅଁର, ସୁଧୀର ମିଶ୍ର, ଶିଶିରକାନ୍ତ ଶତପଥି, ଚନ୍ଦ୍ରଭାନୁ ମୋଲାନା, ଶରତ ମହାକୁର, ମୁକେଶ ବହିଦାର,ନିରୋଜ ମିଶ୍ର, ସଚ୍ଚିଦାନନ୍ଦ ବଗର୍ତ୍ତି, ଦେବାଶିଷ ମିଶ୍ର, ଗୁପ୍ତେଶ୍ୱର ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.