oom

ଛାତ୍ର କଂଗ୍ରେସର ୩ ଦଫା ଦାବୀପତ୍ର

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଜିଲ୍ଲା ଛାତ୍ର ସଭାପତି ଅଙ୍କିତ ସାହୁଙ୍କ ନେତୃତ୍ୱରେ ଛାତ୍ର କଂଗ୍ରେସର ସଦସ୍ୟମାନେ ମିଶି ୩ ଦଫା ଦାବୀପତ୍ର ଜିଲ୍ଲାପାଳ ଅଫିସୁକୁ ଯାଇ ସହକାରୀ ଜିଲ୍ଲାପାଳ ମହୋଦୟାଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଥିଲେ । ମୁଖ୍ୟତଃ ୩ଟି ଦାବୀ ହେଲା ସମସ୍ତ କ୍ଷୁଦ୍ର ଏବଂ ମଧ୍ୟମ ବ୍ୟବସାୟୀମାନଙ୍କର ଲାଇସେନ୍ସ ଫିସ୍‌ ମ୍ୟୁନିସିପାଲିଟି କର୍ପୋରେସନ ଆଇନ ଅନୁଯାୟୀ ଜୁନ ୨୦୨୦ରୁ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ଛାଡ କରାଯାଉ, ପେଟ୍ରୋଲ ଓ ଡିଜେଲ ଉପରୁ ଭାଟ ହ୍ରାସ କରାଯାଉ ଯାହା ଫଳରେ କି ଆବଶ୍ୟକୀୟ ଦ୍ରବ୍ୟ ଯଥା ଡାଲି, ଖାଇବା ତେଲ ଏବଂ ଖାଦ୍ୟ ସାମଗ୍ରୀର ମୁଲ୍ୟ ହ୍ରାସ ହେବ । ଏହା ଦ୍ୱାରା ଗରିବ ମଧ୍ୟମ ଶ୍ରେଣୀ ବର୍ଗର ଲୋକ ଉପକୃତ ହେବେ, ରନ୍ଧନ ଗ୍ୟାସ ଉପରୁ ମଧ୍ୟ ଟିକସ ହ୍ରାସ କରାଯାଉ ଯାହା ଦ୍ୱାରା ସବୁ ବର୍ଗର ଲୋକ ଉପକୃତ ହେବେ । ଯଦି ଓଡିଶା ସରକାର ଆମ ଏହି ଦାବୀ ଗୁଡିକୁ ନ ଶୁଣିବେ ଓ କେବଳ ମଦ ବ୍ୟବସାୟୀଙ୍କ ପ୍ରତି ତାଙ୍କର ଉଦାରତା ମନୋଭାବ ରଖି କେବଳ ତାଙ୍କ ଟିକସ ଛାଡ କରି ଅନ୍ୟମାନଙ୍କ ପ୍ରତି ବୈମାତୃକ ମନୋଭାବ ରଖିବେ ତାହା ହେଲେ ଆଗାମୀ ଦିନରେ ଜିଲ୍ଲା ଛାତ୍ର କଂଗ୍ରେସ କମିଟି ବଲାଙ୍ଗିର ତରଫରୁ ଭୟାବବହ ଆନ୍ଦୋଳନ କରାଯିବ ।

jittmm
Leave A Reply

Your email address will not be published.