oom

ଶ୍ରୀରାମକୃଷ୍ଣ ଆଶ୍ରମ ତରଫରୁ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ

jsmm

ମ.ରାମପୁର, (ହେମନ୍ତ ସାହୁ) : ବିଶ୍ୱ ମହାମାରୀ କରୋନାର ପ୍ରଭାବରେ ସାଧାରଣ ଲୋକଙ୍କ ଜୀନବ ଜୀବିକା ପୂର୍ଣ୍ଣମାତ୍ରାରେ ପ୍ରଭାବିତ ହୋଇଥିବା ଜଣାଯାଇଛି । କଳାହାଣ୍ଡି ଜିଲ୍ଲା ମ.ରାମପୁର ସ୍ଥିତ ଶ୍ରୀରାମକୃଷ୍ଣ ଆଶ୍ରମ ତରଫରୁ ରାମକୃଷ୍ଣ ବିବେକାନନ୍ଦ ମିଶନ, ବାରାକପୁର, କଲିକତାର ସହଯୋଗ କ୍ରମେ ଏହି ବ୍ଲକର ଆଭ୍ୟନ୍ତରୀଣ ପଂଚାୟତ ଦେଢଶୁଳୀର ଦେଢଶୂଳୀ ଗ୍ରାମ ଓ ଟ୍ରାସୁପଡ଼ା ଗ୍ରାମଠାରେ ଏକ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କୋଭିଡ଼ ଗାଇଡ଼ଲାଇନକୁ ଦୃଷ୍ଟିରେ ରଖି ଏହି ଦୁଇ ଗ୍ରାମବାସୀଙ୍କୁ ଚାଉଳ, ଡ଼ାଲି, ଚିନି, ପିଆଜ, ବିସ୍କୁଟ, ଆଳୁ ଆଦି ଖାଦ୍ୟ ସାମଗ୍ରୀ ସହିତ କରୋନା ମୁକାବିଲା ପାଇଁ ମାସ୍କ, ସାନିଟାଇଜର ଓ ଔଷଧ ବିତରଣ କରାଯାଇଥିଲା । ଶ୍ରୀରାମକୃଷ୍ଣ ଆଶ୍ରମ ତରଫରୁ ସ୍ୱାମୀ ଅଶୋକାନନ୍ଦ, ସ୍ୱାମୀ ବିରେଶାନନ୍ଦ, ଅନ୍ନଦା ପ୍ରସାଦ ପଟ୍ଟନାୟକ, ଯଶୋବନ୍ତ ଦାସ, ଡ଼ାକ୍ତର ଭିକାରୀ ଚରଣ ମିଶ୍ର(ଏଲୋପାଥି), ଡ଼ାକ୍ତର ମହେନ୍ଦ୍ର କୁମାର ପରିମାଣିକ(ହୋମିଓପାଥି), ରଶ୍ମିକାନ୍ତ ପଟ୍ଟନାୟକ, ପ୍ରଶାନ୍ତ ସେଠୀ, ଦିପ୍ତୀବାନ ସାହୁ ସମେତ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଆଶ୍ରମ ତରଫରୁ ଏଭଳି ଆଭ୍ୟନ୍ତରୀଣ ଇଲାକାରେ ସହାୟତାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

jittmm
Leave A Reply

Your email address will not be published.