ସଇଁନ୍ତଲା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଗରିବଙ୍କୁ ରନ୍ଧା ଖାଦ୍ୟ ବାଣ୍ଟିଲେ ଥାନା ଅଧିକାରୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : କରୋନା ମହାମାରୀ ଯୋଗୁଁ ସାରା ରାଜ୍ୟରେ ଦୋକାନ ବଜାର ବନ୍ଦ ଥିବା ଯୋଗୁଁ ଗରୀବ ନିରୀହ ଲୋକଙ୍କ ଜୀଵନ ଏବେ ଅସ୍ତବ୍ୟସ୍ତ ହୋଇ ପଡିଛି । ଅନେକ ଲୋକେ ଭୋକ ଉପାସରେ ମଧ୍ୟ ଦିନ ବିତାଉଛନ୍ତି ତେବେ ଏଭଳି ପରିସ୍ଥିତିରେ ଆଜି ସଇଁନ୍ତଲା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଜି ଥାନା ଅଧିକାରୀ ସଂଗ୍ରାମ କେଶରୀ ପଟ୍ଟନାୟକ ଗରିବ ଲୋକଙ୍କୁ ମାଗଣାରେ ରନ୍ଧା ଖାଦ୍ୟ ବଣ୍ଟନ କରିଥିଲେ । ତେବେ ଥାନା ଅଧିକାରୀଙ୍କ ଏଭଳି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ବୁଦ୍ଧି ଜୀବି ମହଲରେ ପ୍ରଂସଶାର ସୁଅ ଛୁଟୁଛି ।

Leave A Reply

Your email address will not be published.