pr

ପୂର୍ବତନ ସମିତି ସଭ୍ୟ ନିରାକାର ବରିହାଙ୍କ ପରଲୋକ

dr. purohit

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡର ସର୍ଗିବାହାଲ ପଞ୍ଚାୟତ ପଣ୍ଡରିପାଣି ଗ୍ରାମ ଗୌନ୍ତିଆ, ବିଶିଷ୍ଟ ସମାଜସେବୀ, ବିଂଝାଲ ସମାଜ ପଞ୍ଚାୟତ ସଭାପତି ତଥା ପୂର୍ବତନ ସମିତି ସଭ୍ୟ ନିରକାର ବରିହାଙ୍କ ପରଲୋକ ହୋଇଯାଇଛି । ସ୍ୱର୍ଗତ ବରିହା ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗରେ ଆକ୍ରାନ୍ତ ହୋଇ ବରଗଡ଼ ସ୍ଥିତ କିଶୋରୀ ନର୍ସିଂ ହୋମରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ ହେଉଥିଲା । ତାଙ୍କ ପଛରେ ସ୍ତ୍ରୀ ପୁଅ ଝିଅ ନାତି ନାତୁଣୀଙ୍କୁ ଛାଡି ଚାଲିଯାଇଛନ୍ତି । ସ୍ୱର୍ଗତ ବରିହା ଜଣେ ବରିଷ୍ଠ ସମାଜସେବୀ, ପ୍ରଜାବତ୍ସଲ, ଶାନ୍ତ ଶିଷ୍ଠ ମେଲାପ ବ୍ୟକ୍ତି ଥିଲେ । ସେ ବିଂଝାଲ ସମାଜ ପଞ୍ଚାୟତ ସଭାପତି ପଦବୀରେ ଥିବା ବେଳେ ସମାଜର ଅନେକ ଉନ୍ନତି ମୂଳକ କାମ ସୁଚାରୁରୂପେ କାର୍ଯ୍ୟ ସଂପାଦନ କରୁଥିଲେ । ତାଙ୍କର ଅକାଳ ବିୟୋଗରେ ସର୍ଗିବାହଲ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ଅକାଳ ବିୟୋଗରେ ସର୍ବ ଭାରତୀୟ ବିଝାଂଲ ସମାଜ ଲାଟ ସଭାପତି ହୃଷିକେଶ ବରିହା, ଉପ ଲାଟ ସଭାପତି ତଥା ବଲାଙ୍ଗିର ଜିଲ୍ଲାର ଚନ୍ଦ୍ରଶେଖର ବାଗ, ପୂର୍ବତନ ମନ୍ତ୍ରୀ ତଥା ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହା, ସହ ଲାଟ ସଭାପତି ଶଙ୍କର ପ୍ରସାଦ ମାଝୀ, ସାଧାରଣ ସଂପାଦକ ଆଶାରାମ ବରିହା, ସଂଗଠକ ରାଧେ ଶ୍ୟାମ ବରିହା, ବଲାଙ୍ଗିର ଜିଲ୍ଲା ମିଡ଼ିଆ ସେଲ୍ ସଂଯୋଜକ ଗୋରେଖନାଥ ବରିହା, ଚନ୍ଦ୍ରଶେଖରବରିହା ପାଣ୍ଡବ ବରିହା, ବଲାଙ୍ଗିର ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଗୌରୀଶଙ୍କର ବରିହା, ସମ୍ପାଦକ ଭକ୍ତ ବରିହା, ଜିଲ୍ଲା ସଂପାଦକ ଗନ୍ଧର୍ବ ବରିହା, କୋଷାଧ୍ୟକ୍ଷ ଯୁଗଳ କିଶୋର ବରିହା, କୁଶବରିହା, ଶିକ୍ଷାବିତ ସହଦେବ ଭୁଏ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।

nrusinghnath
Leave A Reply

Your email address will not be published.