କର୍ଲାମୁଣ୍ଡା, (ନରୋତ୍ତମ ସେଲ୍ମା) : ଆଜି କର୍ଲାମୁଣ୍ଡା ବ୍ଲକର ରିଷିଡା ଆରଏମସି ବଜାର ପ୍ରାଙ୍ଗଣରେ ରବି ଧାନ କିଣିବା ପାଇଁ ପେକ୍ସ ପକ୍ଷରୁ ଧାନମଣ୍ଡି ଉଦଘାଟିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ନିରାଡ଼ମ୍ବର ଉତ୍ସବରେ ତେରେସିଙ୍ଗା ସରପଞ୍ଚ ହନୁମାନ ଦାସ, ଚାଷୀନେତା ଗୋକୁଳ ମାଝୀ, ଗ୍ରାମ୍ୟ କୃଷି କର୍ମଚାରୀ ପିତାମ୍ବର ମାଝୀ, ପେକ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଗୋଲାପ ଚନ୍ଦ୍ର ରଣା ଯୋଗଦେଇ ମଣ୍ଡି ଶୁଭାରମ୍ଭ କରିଥିଲେ । ବର୍ତ୍ତମାନ ସୁଦ୍ଧା ଶହେ ପଚିଶ ଜଣ ଚାଷୀଙ୍କ ଟୋକାନ ଆସିଥିବା ବେଳେ ଆଜି ଦୁଇ ଜଣ ଚାଷୀଙ୍କ ଧାନ ଆସିଥିଲା । ତେବେ ଅଦ୍ୟାବଧି ଅନେକ ଚାଷୀ ଧାନ ଅମଳ କରି ନ ଥିବାରୁ ସେମାନଙ୍କ ଟୋକନ ସମୟ ଅବଧି ବୃଦ୍ଧି କରିବାକୁ ଦାବୀ କରିଛନ୍ତି । ଏହି ମଣ୍ଡିରେ ୪ ଟି ମିଲର୍ସଙ୍କୁ ଧାନ କିଣିବାକୁ ଦାୟିତ୍ୱ ଦିଆଯାଇଛି । ସେହିପରି ଏହି ବ୍ଲକର କର୍ଲାମୁଣ୍ଡା ଓ ଜୋରାଦବରା ଠାରେ ପୂର୍ବରୁ ମଣ୍ଡି ଉଦଘାଟିତ ହୋଇ ଧାନ କିଣା ଚାଲୁ ରହିଛି ।