oom

ମାନ୍ୟବର ହାଇକୋର୍ଟଙ୍କ ରାୟକୁ ତୁରନ୍ତ ଲାଗୁ କରାଯାଉ : ଏଆଇଡିଏସ୍‌ଓ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍କୁଲ ବନ୍ଦ ନେଇ ହାଇକୋର୍ଟଙ୍କ ରାୟକୁ ତୁରନ୍ତ କାର୍ଯ୍ୟକାରୀ କରି ସରକାରୀ ପ୍ରାଥମିକ ସ୍କୁଲମାନଙ୍କରେ ନାମଲେଖା ଆରମ୍ଭ କରିବା ଦାବୀରେ ବିଦ୍ୟାଳୟ ସୁରକ୍ଷା କମିଟି ପକ୍ଷରୁ ଗୁରୁବାର ଜିଲ୍ଲା ସ୍ତରୀୟ ଦାବୀ ଦିବସ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଶହ ଶହ ଛାତ୍ରଛାତ୍ରୀ ଓ ଅଭିଭାବକବୃନ୍ଦ ଦାବୀ ସମ୍ବଳିତ ପ୍ଲାକାର୍ଡ ଧରି ଅନ୍‌ଲାଇନ ମଧ୍ୟରେ ସେମାନଙ୍କ ଦାବୀ ଉପସ୍ଥାପନ କରିଛନ୍ତି । ସୂଚନାଥାଉକି ରାଜ୍ୟ ସରକାର ୨୦୧୮ ମସିହାରେ ରାଜ୍ୟରେ ୧୪,୩୭୯ଟି ବିଦ୍ୟାଳୟ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଯାହାକୁ ୨୦୨୦-୨୧ ଶିକ୍ଷା ବର୍ଷରେ କାର୍ଯ୍ୟକାରୀ କରିବା ଆରମ୍ଭ କରିଥିଲେ । ଉପସ୍ଥାନ କମ୍‌ ଥିବା କାରଣ ଦର୍ଶାଇ ସରକାର କମ୍‌ ସଂଖ୍ୟକ ଛାତ୍ରଛାତ୍ରୀ ଥିବା ସ୍କୁଲକୁ ନିକଟ ସ୍କୁଲରେ ମିଶ୍ରଣ କରି ଉକ୍ତସ୍କୁଲକୁ ବନ୍ଦ କରୁଥିଲେ । ରାଜ୍ୟର ବିପର୍ଯ୍ୟସ୍ତ ସ୍କୁଲ ଶିକ୍ଷା ବ୍ୟବସ୍ଥାକୁ ନ ସଜାଡି ସରକାରୀ ସ୍କୁଲ ଗୁଡିକୁ ବନ୍ଦ କରି ଘରୋଇ ଶିକ୍ଷାକୁ ପ୍ରୋତ୍ସାହିତ କରୁଥିବା ଏ ମିଶ୍ରଣ ଏବଂ ବନ୍ଦ ନୀତି ଫଳରେ ବନ୍ଦ ହେଉଥିବା ସ୍କୁଲର ଛାତ୍ରଛାତ୍ରୀଙ୍କ ପାଠପଢାରେ ଡୋରିବନ୍ଧା ହେବାର ସମ୍ଭାବନା ସୃଷ୍ଟି ହେଲା । ଅନ୍ୟପଟେ ହଜାର ହଜାର ସିଟି, ବିଏଡ୍‌ ଆଶାୟୀ ପ୍ରାର୍ଥୀଙ୍କ ନିଯୁକ୍ତିର ସମ୍ଭାବନା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଲା । କେନ୍ଦ୍ର ସରକାରଙ୍କ ଶିକ୍ଷାଧ୍ୱଂସକାରୀ, ଶିକ୍ଷାର ଘରୋଇକରଣର ପଥ ସୁଗମ କରିବାର ଜାତୀୟ ଶିକ୍ଷାନୀତି ୨୦୨୦ର ପରିପୂରକ ଭାବେ ରାଜ୍ୟ ସରକାର ଏହି ନୀତି ଆପଣେଇଥିଲେ । ଏହି ଅନ୍ୟାୟ ନିଷ୍ପତ୍ତି ବିରୋଧରେ ଓଡିଶାର ଛାତ୍ରଛାତ୍ରୀ ଓ ଅଭିଭାବକ ସ୍ୱତଃ ରାଜ୍ୟବ୍ୟାପୀ ଦୁର୍ବାର ଆନ୍ଦୋଳନ ଗଢିଗୋଳିଥିଲେ । ପ୍ରତ୍ୟେକ ଜିଲ୍ଲାରେ ଅଭିଭାବକମାନେ ବିଦ୍ୟାଳୟ ସୁରକ୍ଷା କମିଟି ଗଠନ କରି ଆନ୍ଦୋଳନ ଚଳାଇ ରଖିଛନ୍ତି । ଏହି ନିଷ୍ପତ୍ତି ବିରୁଦ୍ଧରେ ସ୍କୁଲ ସୁରକ୍ଷା କମିଟି ସଙ୍ଗଠନ ନେତୃତ୍ୱରେ ବିଭିନ୍ନ ସ୍ତରରେ ମଧ୍ୟ ଛାତ୍ର ଓ ଗଣ ଆନ୍ଦୋଳନ ଚାଲିଛି । ରାଜ୍ୟବ୍ୟାପୀ ବିରୋଧ ଏବଂ ଆନ୍ଦୋଳନ ଚାପରେ ଏବଂ ବହୁ ଅଭିଯୋଗ ଫଳରେ ଏବେ ଓଡିଶା ହାଇକୋର୍ଟ ରାଜ୍ୟ ସରକାରଙ୍କ ଦ୍ୱାରା ୨୦୨୦ ମାର୍ଚ୍ଚ ୧୧ ତାରିଖରେ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ସ୍କୁଲ ବନ୍ଦ ବିଜ୍ଞପ୍ତିକୁ ରଦ୍ଦ କରିଛନ୍ତି । ୨୦ଜଣରୁ କମ୍‌ ଛାତ୍ରଛାତ୍ରୀ ଥିବା ସ୍କୁଲ ଗୁଡିକୁ ବନ୍ଦ କରିବା ବିଜ୍ଞପ୍ତି ରଦ୍ଦ କରିବା ସହିତ ଛୋଟ ଛୋଟ ପିଲାମାନଙ୍କୁ ଦୂର ସ୍କୁଲକୁ ପଠାଇବା ବେଆଇନ ବୋଲି କହିଛନ୍ତି । ଏହା ସହିତ ଧ୍ୱଂସ ପ୍ରାୟ ସରକାରୀ ଶିକ୍ଷାକୁ ସଜାଡିବା ପାଇଁ ସରକାରଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଏହି ପରିସ୍ଥିତିରେ ରାଜ୍ୟ ସରକାର କାଳ ବିଳମ୍ବ ନ କରି ସ୍କୁଲ ବନ୍ଦ ପ୍ରସଙ୍ଗରେ ହାଇକୋର୍ଟଙ୍କ ରାୟକୁ ତୁରନ୍ତ କାର୍ଯ୍ୟକାରୀ କରି ରାଜ୍ୟ ତଥା ଆମ ବଲାଙ୍ଗିର ଜିଲ୍ଲାର ବନ୍ଦ କରାଯାଇଥିବା ସମସ୍ତ ସରକାରୀ ପ୍ରାଥମିକ ସ୍କୁଲ ଗୁଡିକୁ ତୁରନ୍ତ ଖୋଲି ନାମଲେଖା ଆରମ୍ଭ କରିବା ପାଇଁ ବିଦ୍ୟାଳୟ ସୁରକ୍ଷା କମିଟି ବଲାଙ୍ଗିର ଜିଲ୍ଲା ପକ୍ଷରୁ ଦୃଢ ଦାବୀ କରିବା ସହ ଏକ ଦାବୀପତ୍ର ଅନଲାଇନ ଯୋଗେ ଶିକ୍ଷାମନ୍ତ୍ରୀ, ଶିକ୍ଷା ସଚିବ ଓ ଶିକ୍ଷା ନିର୍ଦ୍ଦେଶକଙ୍କୁ ପ୍ରଦାନ କରାଯାଇଛି । ଏହି ଦାବୀ ଦିବସରେ ସୁନିଲ ଭୋଇ, ମଧୁସୁଦନ ବାଗ, ତାମସ ବେହେରା, ଭୂମି ବାଗ, ନାରାୟଣ ପୁଟେଲ, ଭୁଲରାମ ବାଗ, ସତ୍ୟ ବନଛୋର, ଅଲିସ ମେହେର, ରୋହିତ ମାଝି, ଲକ୍ଷପତି ଭୋଇ, ଭାନୁମତି ବାଗ ନେତୃତ୍ୱ ନେଇଥିଲେ ।

jittmm
Leave A Reply

Your email address will not be published.