csstore

ପାଟଣାଗଡ଼ ଉପଖଣ୍ଡ ଯୁବ ସାମ୍ବାଦିକ ସଂଘ ପକ୍ଷରୁ ସାମ୍ୱାଦିକଙ୍କ ବିୟୋଗରେ ଅଶୃଳ ଶ୍ରଦ୍ଧାଞ୍ଜଳି ସଭା

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଯୁବ ସାମ୍ବାଦିକ ସଂଘ ପକ୍ଷରୁ ପାଟଣାଗଡ଼ ଉପଖଣ୍ଡ ସାମ୍ବାଦିକ ସଂଘ ସଭାପତି ତଥା ବରିଷ୍ଠ ସାମ୍ବାଦିକ କୈଳାଶ ଚନ୍ଦ୍ର ସାହୁ ଓ ଯୁବ ସାମ୍ବାଦିକ ଯତିଶ ଖମାରୀଙ୍କ ବିୟୋଗରେ ବେଲପଡା ସ୍ଥିତ ପଞ୍ଚାୟତ କଲେଜ ପରିସରରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା । ସ୍ବର୍ଗତ ସାମ୍ବାଦିକ ଶ୍ରୀ ସାହୁ ଓ ଖମାରୀଙ୍କ ଫୋଟୋ ଚିତ୍ରରେ ଦୀପ ପ୍ରଜ୍ବଳନ କରି ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା । ଅମର ଆତ୍ମାର ସତଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା । ସଂଘର ସଭାପତି କରୁଣାକର ବୁଡେକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୋକ ସଭାରେ ବରିଷ୍ଠ ସାମ୍ବାଦିକ ବନମାଳି ମହାକୁର ଯୋଗ ଦେଇ ସ୍ମୃତିଚାରଣ କରିଥିଲେ । ସ୍ବର୍ଗତ ସାମ୍ବାଦିକଙ୍କ ବିୟୋଗରେ ସାମ୍ବାଦିକ ସଂଘର ଏକ ଅପୂରଣୀୟ କ୍ଷତି ଘଟିଛି ବୋଲି ମତବ୍ୟକ୍ତ କରିଥିଲେ । ସ୍ବର୍ଗତ ସାମ୍ବାଦିକ ଦ୍ବୟଙ୍କ ପ୍ରେରଣା ହିଁ ଆମ ଯୁବ ସାମ୍ବାଦିକ ସଂଘଙ୍କୁ ଆଗକୁ ବଢ଼ିବାରେ ସାହାଯ୍ୟ ହେବ ବୋଲି ସଂଘର ଉପଦେଷ୍ଟା ସାମ୍ବାଦିକ ଦିଲିପ ଭୋଇ ମତ ପୋଷଣ କରିବା ସହ ବର୍ତ୍ତମାନ ସାରା ବିଶ୍ବରେ କରୋନା ମହାମାରୀ ବିପତ୍ତି ସମୟରେ ସମସ୍ତେ କିପରି ସତର୍କତା ଅବଲମ୍ବନ କରି ଖବର ପରିବେଷଣ କରିବା, ସେନେଇ ଉପସ୍ଥିତ ଯୁବ ସାମ୍ବାଦିକମାନଙ୍କୁ ପରାମର୍ଶ ଦେଇଥିଲେ । ସରକାରଙ୍କ ଘୋଷଣା ଅନୁଯାୟୀ କରୋନାରେ ମୃତ୍ୟୁବରଣ କରିଥିବା ସାମ୍ବାଦିକଙ୍କ ପରିବାରଙ୍କୁ ସରକାରୀ ସହାୟତା ୧୫ ଲକ୍ଷ ଟଙ୍କା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି । କରୋନାରେ ମୃତ୍ୟୁ ବରଣ କରିଥିବା ସ୍ଵର୍ଗତ ଦୁଇ ସାମ୍ବାଦିକ ପରିବାରଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଉପଖଣ୍ଡ ଯୁବ ସାମ୍ବାଦିକ ସଂଘ ପକ୍ଷରୁ ଦାବୀ କରାଯାଇଛି । ଏଥିରେ ସଂଘର ଉପସଭାପତି ଗୋରେଖନାଥ ବରିହା, ଜଗଦୀଶ ଭୋଇ, ଶେଷଦେବ ସିଂ ନାୟକ, ନଟବର ମହାନନ୍ଦ, ଚନ୍ଦ୍ରଶେଖର ବରିହା, ନରୋତ୍ତମ ପଣ୍ଡା, ରଙ୍ଗାଧର ପୁଟେଲ, ନିର୍ମଳ ପୁଟେଲ, ସନ୍ୟାସୀ ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.