ଝାରପଡ଼ା ଜେଲରେ ୯୬ ଜଣ ଅନ୍ତେବାସୀ କରୋନାରେ ଆକ୍ରାନ୍ତ

ଭୁବନେଶ୍ୱର : ଝାରପଡ଼ା ଜେଲରେ କଏଦୀ ଓ କର୍ମଚାରୀଙ୍କୁ ମିଶାଇ ୯୬ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମଳିଛି । ଝାରପଡ଼େ ଜେଲରେ ୧୯୫ ଜଣ ଅନ୍ତେବାସୀ ଓ କର୍ମଚାରୀଙ୍କ କୋଭିଡ୍ ଟେଷ୍ଟ ହୋଇଥିଲା । ସେଥିମଧ୍ୟରୁ ୯୬ ଜଣ କରୋନା ସଂକ୍ରମିତ ଥିବା ଜଣାପଡ଼ିଛି । କରୋନା ଆକ୍ରାନ୍ତଙ୍କୁ ଆଇସୋଲେସନ ୱାର୍ଡରେ ରଖାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜେଲ୍ ଗୁଡ଼ିକରେ ଇ-ମୁଲାକାତ ବ୍ୟବସ୍ଥା ଆରମ୍ଭ ପାଇଁ ଜେଲ୍ ଡିଜି ସନ୍ତୋଷ ଉପାଧ୍ୟାୟ ସମସ୍ତ ଜେଲ୍ ସୁପରିଟେଣ୍ଡଣ୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଜେଲ୍ ଭିତରେ ସଂକ୍ରମଣ ଯେଭଳି ନ ବ୍ୟାପିବ ସେଥିପ୍ରତି ପଦକ୍ଷେପ ନେବାକୁ କହିଛନ୍ତି ।

Leave A Reply

Your email address will not be published.