csstore

ବନୌଷଧି ଯୋଗାଉଥିବା ଆଦିବାସୀମାନଙ୍କୁ କରୋନା ଯୋଦ୍ଧା ଘୋଷଣା କରିବାକୁ ଦାବୀ

ପାଟଣାଗଡ଼, (ଗୋରେଖନାଥ ବରିହା) : ଦେଶରେ ମୂଳନିବାସୀ ଭାବେ ୬୨ ସଂପ୍ରଦାୟର ଆଦିବାସୀମାନେ ଦେଶର ବିଭିନ୍ନ ରାଜ୍ୟରେ ତଥା ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଗୁଡିକରେ ବସବାସ କରିଆସୁଛନ୍ତି । ବିଶେଷ କରି ଆଦିବାସୀମାନେ ଧାନ, ଗହମ, ବାଜରା, ମକା, ମାଣ୍ଡିଆ, ମୁଗ, ବରି, କୋଲଥ, ହରଡ ଆଦି ଡାଳିଜାତିୟ ସହ ପନିପରିବା ଚାଷ ଯଥା ଆମ୍ବ, ପିଜୁଳି, କଦଳୀ ଭଲି ବିଭିନ୍ନ ପ୍ରକାରର ଫଳ ଚାଷ କରି ରାଜ୍ୟ ଦେଶକୁ ଖାଦ୍ୟ ଯୋଗାଇଥାନ୍ତି । ବର୍ତ୍ତମାନ ସାରା ଦେଶରେ ତଥା ରାଜ୍ୟରେ କରୋନା ମହାମାରୀ ବିପତ୍ତି ସମୟରେ ଆଦିବାସୀମାନେ ନିଜର ଜୀବନ ବାଜୀ ଲଗାଇ ଚାଉଳ, ଫଳମୁଳ, ପନିପରିବା, ନିତ୍ୟବ୍ୟବହାର୍ୟ୍ୟ ଜିନିଷ ପଦାର୍ଥ ସହର ସମେତ ଗାଁ ଗାଁ ବୁଲି ବିକ୍ରି କରୁଛନ୍ତି । ସେମାନେ ଲୋକଙ୍କୁ ଖାଦ୍ୟ ଯୋଗାଉଛନ୍ତି । ଆଦିବାସୀ ଚାଷୀ, କୃଷି ଶ୍ରମିକ, ଫଳମୂଳ, ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ଲୋକଙ୍କୁ ଯୋଗାଉଥିବା ଆଦିବାସୀ ଯାହା ଫଳରେ କି କରୋନାର ରୋଗର ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ବନୌଷଧି ଯୋଗାଉଥିବା ଆଦିବାସୀମାନଙ୍କୁ କରୋନା ଯୋଦ୍ଧା ଭାବରେ ଘୋଷଣା କରିବାକୁ ପଶ୍ଚିମ ଓଡ଼ିଶା ଆଦିବାସୀ କଲ୍ୟାଣ ମହାସଂଘର ମହାସଚିବ ନିରଞ୍ଜନ ବିଶି ଦାବି କରିଛନ୍ତି ।

jayashree
Leave A Reply

Your email address will not be published.