jsm

ସାମ୍ବାଦିକ ସଂଘ ପକ୍ଷରୁ ସାମ୍ୱାଦିକ କୈାଲାଶ ଚନ୍ଦ୍ର ସାହୁଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

csstore

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ସ୍ତରୀୟ ସାମ୍ବାଦିକ ସଂଘ ପକ୍ଷରୁ କୈାଲାଶ ଚନ୍ଦ୍ର ସାହୁଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ମାରୱାଡ଼ି ଧର୍ମଶାଳାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉପଜିଲ୍ଲାପାଳ ସୋମନାଥ ପ୍ରଧାନ ମୂଖ୍ୟ ଅତିଥି, ପାଟଣାଗଡ଼ ବ୍ଳକ ଅଧ୍ୟକ୍ଷ ଭକ୍ତବନ୍ଧୁ ନାଏକ ସମ୍ମାନିତ ଅତିଥି, ସଂଘର ଆଇନ ପରାମର୍ଶ ଦାତା ବରିଷ୍ଠ ଆଇନଜୀବି ଦର୍ପଗଞନ ପଟ୍ଟନାୟକ ଯୋଗଦେଇ ସ୍ୱର୍ଗତ ସାମ୍ବାଦିକ ଶ୍ରୀ ସାହୁଙ୍କ ଫୋଟୋଚିତ୍ରରେ ଦୀପ ପ୍ରଜ୍ୱଳନ କରି ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାସୁମନ ଅର୍ପଣ କରିବା ସହ ସ୍ୱର୍ଗତ ସାହୁଙ୍କ ସ୍ମୃତି ଚାରଣ କରିଥିଲେ । ସଂଘର ସଂପାଦକ ତଥା ବରିଷ୍ଠ ସାମ୍ବାଦିକ ଲକ୍ଷ୍ମୀ କାନ୍ତ ମିଶ୍ର, ରାଜ୍ୟ ଓୟୁଜେ ସଦସ୍ୟ ସାମ୍ବାଦିକ ସଦାଶିବ ସରାଫ, ଓଟିଭି ପ୍ରତିନିଧି ସାମ୍ବାଦିକ ବଂଶିଧର ସେଠ, କନକନ୍ୟୁଜ ପ୍ରତିନିଧି ସାମ୍ବାଦିକ ପ୍ରବିଣ କୁମାର ପୁରୋହିତ, ନକ୍ଷତ୍ର ନ୍ୟୂଜ ପ୍ରତିନିଧି ସାମ୍ବାଦିକ ଅଜିତ କୁମାର ପୁରୋହିତ ଗୁଲୁଗୁଲା ପାକ୍ଷିକ ପତ୍ରିକା ସମ୍ପାଦକ ବିଶ୍ଵାସ ପଟ୍ଟନାୟକଙ୍କ ସମେତ ସଂଘର ଅନ୍ୟ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.