ମୁସଲିମ୍‌ ପରିବାରଙ୍କ ଅନ୍ତେଷ୍ଟିକ୍ରିୟାରେ ସହଯୋଗ କଲେ ବ୍ରହ୍ମପୁରର ନେତୃବର୍ଗ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗତ ତା ୧୬/୦୫/୨୦୨୧ ରିଖରେ ବାଇଗଣ ବାଡି ଗ୍ରାମର ଜଣେ ଜମିଦାର ତଥା ଚାଷୀ ଅହମ୍ମଦ୍ ଖାଁ ଦୀର୍ଘ ଦିନ ଧରି କୋଭିଡରେ ସଂକ୍ରମିତ ହୋଇ ହାଇଟେକ ହସ୍ପିଟାଲ ଭୁବନେଶ୍ୱରରେ ଚିକିତ୍ସାଧୀନ ଅବସ୍ଥାରେ ଥାଇ ମୃତ୍ୟୁବରଣ କରିଥିଲେ । ଏଥି ପୂର୍ବରୁ ୧୦/୦୫/ ୨୦୨୧ ତାରିଖ ଦିନ ତାଙ୍କରି ଧର୍ମପତ୍ନୀ ସାହେଦା ବେଗମ୍ ମଧ୍ୟ କୋଭିଡରେ ସଂକ୍ରମିତ ହୋଇ ହାଇଟେକ ହସ୍ପିଟାଲ ଭୁବନେଶ୍ୱରରେ ହିଁ ମୃତ୍ୟୁବରଣ କରିଥିଲେ । ତାଙ୍କର ଦୁଇଟି କନ୍ୟା ସନ୍ତାନ, ସେମାନଙ୍କ ଅସହାୟ ପରିସ୍ଥିତି ଦେଖି ମହମ୍ମଦ୍ ଫାଇଜ୍ ଖାଁ ଓ ତାଙ୍କ ଟିମ୍ ଉକ୍ତ ଅସହାୟ ପରିବାରଙ୍କୁ ଶବ ସଂସ୍କାର କରିବା କାର୍ୟ୍ୟରେ ପୂର୍ଣ୍ଣ ସହଯୋଗ ପ୍ରଦାନ କରିଥିଲେ ଓ ଜିଲ୍ଲା ପ୍ରଶାସନ ସହାୟତା କ୍ରମେ ଉଭୟ ୧୦/୦୫/୨୦୨୧ ତାରିଖ ଓ ୧୬/୦୫/୨୦୨୧ ତାରିଖରେ ମୃତ୍ୟୁ ବରଣ କରୁଥିବା ଏହି ଦୁଇଜଣଙ୍କ ଶବ ଭୂବନେଶ୍ୱର ଠାରୁ ବ୍ରହ୍ମପୁର ଆଣି ବ୍ରହ୍ମପୁର ମୁସଲିମ କବରିସ୍ତାନ୍‌ରେ ଉକ୍ତ ଦୁଇଗୋଟି ଶବର ସଂସ୍କାର ମହମ୍ମଦ୍ ଫାଇଜ୍ ଖାଁ ଓ ତାଙ୍କ ଟିମ୍ କରାଇଥିଲେ ବ୍ରହ୍ମପୁର ମହାନଗର ନିଗମର ଶ୍ରୀମାନ କମିଶନର ମହୋଦୟଙ୍କ ତରଫରୁ ପିପିଇ କିଟ୍, ଗ୍ଳୋବ, ଚଷମା ଓ ସେନିଟାଇଜର୍ ପ୍ରଦାନ କରାଯାଇଥିଲା । ପ୍ରସାଶନ ତରଫରୁ ଏହି ମାନବ ସେବାରେ ସହଯୋଗ ପ୍ରଦାନ ମିଳୁଥିବାରୁ ମହମ୍ମଦ୍ ଫାଇଜ୍ ଖାଁ ଗଞ୍ଜାମ ଜିଲ୍ଲାପାଳ, ଉପପଜିଲ୍ଲାପାଳ ଓ ବିଏମ୍‌ସି କମିଶନର ମହୋଦୟଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ଜଣାଇଛନ୍ତି ଏବଂ ଆଗାମୀ ଦିନରେ ମଧ୍ୟ ତାଙ୍କରି ଏହି ସେବାଟି ଜନସାଧାରଣଙ୍କ ପ୍ରତି ଜାରି ରହିବ ବୋଲି ଫାଇଜ୍ ଖାଁ ଜଣାଇଛନ୍ତି ।

Leave A Reply

Your email address will not be published.

1 × three =