om academy

ଅବସରପ୍ରାପ୍ତ ବରିଷ୍ଠ କିରାଣୀଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥିତ କେନାଲପଡ଼ା ନିବାସୀ ତଥା ପଦ୍ମପୁର କେନ୍ଦୁପତ୍ର କାର୍ଯ୍ୟାଳୟର ବରିଷ୍ଠ କିରାଣୀ ଶ୍ୟାମ କୁମାର ପଟ୍ଟନାୟକଙ୍କ ଗତକାଲି ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହେଉଥିଲା । କିଛି ଦିନ ତଳେ ସେ ଅସୁସ୍ଥତା ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ବରଗଡ଼ର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା । ମୃତ୍ୟୁ ପଛରେ ସେ ତାଙ୍କର ପତ୍ନୀ, ଦୁଇ ପୁଅ ସୁଶାନ୍ତ ଓ ପ୍ରଶାନ୍ତ, ଦୁଇ ବୋହୂ , ଝିଅ ଓ ଜ୍ୱାଇଁ ଏବଂ ନାତିମାନଙ୍କୁ ଛାଡ଼ି ଚାଲି ଯାଇଛନ୍ତି । ବଡ଼ପୁଅ ସୁଶାନ୍ତ ମୁଖାଗ୍ନି ଦେଇଥିଲେ ।

Leave A Reply

Your email address will not be published.

2 × one =