centurian jitm

ବୈଶାଖ ଅକ୍ଷୟ ତୃତୀୟାରେ ନୃସିଂହ ମହାପ୍ରଭୁଙ୍କ ପାଖରେ ପଖାଳ ଭୋଗ

nschool

ପଦ୍ମପୁର, (ନିରୋଜ କୁମାର ପାଣୀ) : ପ୍ରାକୃତିକ ସୌନ୍ଦର୍ଯ୍ୟ ଆଧ୍ୟାତ୍ମିକ ପରିବେଶ ଶାନ୍ତି ପୂର୍ଣ୍ଣ ବାଟ ବରଣ ଓ ଅଲୌକିକତାର ଗ୍ରନ୍ଥାଘର ପଶ୍ଚିମ ଓଡ଼ିଶାରରେ ଥିବା ପବିତ୍ର ନୃସିଂହନାଥ ଦେବତାଙ୍କ ମନ୍ଦିର । ଏହାର ପରମ୍ପରା ଏବଂ ରୀତିନୀତି ପୂଜା ପଦ୍ଧତି ଅନନ୍ୟ । ତମଧ୍ୟରୁ ପ୍ରତିବର୍ଷ ଅକ୍ଷୟ ତୃତୀୟା ଅବସରରେ ଲାଗୁଥିବା ପଖାଳ ଭୋଗର ରହିଛି ନିଜସ୍ୱ ଅନନ୍ୟତା । ପ୍ରତିବର୍ଷ ପବିତ୍ର ଅକ୍ଷୟ ତୃତୀୟା ଠାରୁ ପ୍ରାୟ ୭ ଦିନ ଧରି ପ୍ରଭୁ ମାର୍ଜାର କେଶରୀ ନୃସିଂହ ପ୍ରଭୁଙ୍କ ଠାରେ ଲାଗି ଥାଏ ପଖାଳ ଭୋଗ । ପରମ୍ପରା ଅନୁଯାୟୀ ଏହି ସମୟରେ ପ୍ରଚଣ୍ଡ ଗ୍ରୀଷ୍ମ ତାତି ଯୋଗୁଁ ମନୁଷ୍ୟ ଯେପରି ନିଜର ଖାଦ୍ୟ ପେୟ ରହଣି ସାହଣୀ ପରିବର୍ତ୍ତନ କରିଥାଏ । ସେହିପରି ଏହି ପୀଠରେ ଗ୍ରୀଷ୍ମପ୍ରବାହରୁ ରକ୍ଷା ପାଇଁ ଠାକୁରଙ୍କ ଠାରେ ଲାଗିଥାଏ ପଖାଳ ଭୋଗ । ଟେଭା ପତ୍ର, ଦହି, କଞ୍ଚା ଆମ୍ବ ଆଦି ଦେଇ ବିଶେଷ ଭାବରେ ପ୍ରସ୍ତୁତ ଏହି ପଖାଳ ସାଙ୍ଗରେ ଭଜା, ସନ୍ତୁଳା ଆଦି ଭୋଗ ଲଗା ଯାଇଥାଏ । ଏହା ସହ ମହାପ୍ରଭୁ ଏବଂ ମହାପ୍ରଭୁଙ୍କର ପାର୍ଶ୍ଵ ଦେବତା ମାନଙ୍କୁ ଗ୍ରୀଷ୍ମରେ ଆରାମ ପାଇଁ ମୁଣ୍ଡରେ ଚନ୍ଦନର ପ୍ରଲେପ, ମୁଣ୍ଡ ଉପରେ ଓଦା କନା ଏବଂ କଳସିରେ ଥଣ୍ଡା ପିଇବା ପାଣି ରଖାଯାଇଥାଏ । କେଉଁ ଆବହମାନ କାଳରୁ ଚାଲି ଆସୁଥିବା ଏହି ପାରମ୍ପରିକ ନୀତି କାନ୍ତିରେ ମହାପ୍ରଭୁଙ୍କ ପଖାଳ ଭୋଗ ପାଇବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରତିବର୍ଷ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କର ଭିଡ଼ ଜମୁଥିବା ବେଳେ ଗତ ଦୁଇ ବର୍ଷ ହେଲା କିନ୍ତୁ କରୋନା ଲକଡ଼ାଉନ ଯୋଗୁଁ ବିନା ଭକ୍ତରେ ହେଉଛି ଏହି ନୀତି । ବଢୁଥିବା ସଂକ୍ରମଣ ହାର ଏବଂ ଲକଡାଉନକୁ ଦୃଷ୍ଟିରେ ରଖି ଭକ୍ତଙ୍କୁ ବାରଣ କରାଯାଇଛି । ବର୍ତ୍ତମାନ ବରଗଡ଼ ଜିଲ୍ଲାରେ ପ୍ରତିଦିନ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟ ଶହ ଶହ ବଢୁଥିବା ବେଳେ ପ୍ରତି ଦିନ ମୃତ୍ୟୁହାର ମଧ୍ୟ ବଢ଼ିବାରେ ଲାଗିଛି । ଏଣୁ ଭକ୍ତ ଗହଳିକୁ ବାଦ ଦେଇ ମନ୍ଦିର ପରିଚାଳନା କମିଟି ପକ୍ଷରୁ କେବଳ ବିଧି ଓ ପରମ୍ପରା ରକ୍ଷା ପାଇଁ ରୀତିନୀତି ପାଳନ ପୂର୍ବକ ସମ୍ପର୍ଣ୍ଣ କରାଯାଇଛି ।

Leave A Reply

Your email address will not be published.