jsm

ନାରୀ ଶକ୍ତି ସଂଗଠନର ସମୟୋପଯୋଗୀ ପଦକ୍ଷେପ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : କରୋନାର ଦ୍ୱିତୀୟ ଲହରି ସମଗ୍ର ଦେଶକୁ ଏକ ପ୍ରକାର କବଳିତ କରି ରଖିଛି । ଦିନକୁ ଦିନ ସମଗ୍ର ଦେଶ ଓ ରାଜ୍ୟରେ ସ୍ଥିତି ସଂଗୀନ ହେଉଥିବା ବେଳେ ନୂଆପଡା ଜିଲାରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି । ତେବେ ଏଥିପାଇଁ ସରକାରଙ୍କ ପକ୍ଷରୁ ସଟଡ଼ାଉନ୍ ଏବଂ ଲକ୍ ଡାଉନ୍ ଜାରି ରହିଥିବା ବେଳେ ଗରିବମାନଙ୍କ ରୋଜଗାର ପୁରା ଠପ୍ ହୋଇଯାଇ ଚଲିବା କଷ୍ଟକର ହୋଇଯାଇଛି । ଗରିବ ଲୋକଙ୍କ ଦୁଃଖ ବୁଝିବା ପାଇଁ କେହି ନାହାନ୍ତି, ଲୋକ ଦିନ ଦିନ ଭୋକରେ ରହୁଛନ୍ତି, ରାସ୍ତା କଡରେ ଶୋଉଛନ୍ତି, ସେମାନଙ୍କୁ ସଚେତନତାର ଆବଶ୍ୟକତା ରହିଛି ଏବଂ ସେହି କାର୍ଯ୍ୟର କିଛି ଦାୟିତ୍ୱ ଆଜି ନାରୀ ଶକ୍ତି ସଂଗଠନର ସଦସ୍ୟା ନିବେଦିତା ଜନ ନାଏକ ଏବଂ ପ୍ରୀତି ପିୟୁଶା ନାଗ ତୁଲାଇଛନ୍ତି । ଉଭୟ ଦୁଇ ଜଣ ସଦସ୍ୟା ନୂଆପଡାରେ ଗରିବମାନଙ୍କୁ ଚିହ୍ନଟ କରି ଶୁଖିଲା ଖାଦ୍ୟ ବାଣ୍ଟି ଥିଲେ ଏବଂ ଅନ୍ଧ ମୂକ ବଧିର ବିଦ୍ୟାଳୟକୁ ଯାଇ ସାନିଟାଇଜିଙ୍ଗ କିଟ୍‌ ବଣ୍ଟନ କରି ସେମାନଙ୍କୁ ସଚେତନ କରିବା ସହ ଶୁଖିଲା ଖାଦ୍ୟ ଦେଇଥିଲେ । ତାଙ୍କର ଏହି ମହତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ସାଧାରଣରେ ବେଶ୍‌ ପ୍ରଶଂସା କାରାଯାଉଛି ।

yuvodaya
Leave A Reply

Your email address will not be published.