oom

କେଶରୀୟା ହିନ୍ଦୁ ବାହିନୀ ସହଯୋଗରେ ହାଇଦ୍ରାବାଦରୁ ଘରକୁ ଫେରୁଛନ୍ତି ବଲାଙ୍ଗିରରୁ ଯାଇଥିବା ୬ଟି ଦାଦନ ଶ୍ରମିକ ପରିବାର

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୀର୍ଘ ଆଠ ମାସ ପୂର୍ବେ ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକର ଖଲିପଥର ଗ୍ରାମରୁ କିଛି ଅଗ୍ରିମ ପଇସା ନେଇ ଏକ ଶ୍ରମିକ ଠିକାଦାର ମାଧ୍ୟମରେ ହାଇଦ୍ରାବାଦ ସ୍ଥିତ ମେହେବୁବ ନଗର ଅଞ୍ଚଳକୁ ଇଟା ଗଢିବା ପାଇଁ ଯାଇଥିଲେ ୬ଟି ଦାଦନ ଶ୍ରମିକ ପରିବାର । ହେଲେ ଗତ ଏପ୍ରିଲ ମାସ ୨୨ତାରିଖ ବେଳକୁ ତାଙ୍କର ପ୍ରାପ୍ୟ ମୁତାବକ ସେମାନେ ତାଙ୍କର କାର୍ଯ୍ୟ ଶେଷ କରି ଘରକୁ ଫେରିବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ଶ୍ରମିକ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଦାଦନ ଖଟିଯାଇଥିବା ୬ଟି ପରିବାର ମେହେବୁବ ନଗରରେ ଫଶି ଯାଇଥିଲେ । ଏପରିକି ଠିକାଦାର ୬ଟି ପରିବାର ଉପରେ ମାନସିକ ଚାପ ଦେବା ସହ ଶାରୀରିକ ଯନ୍ତ୍ରଣା ମଧ୍ୟ ଦେଉଥିଲେ । କିନ୍ତୁ ଏହି ସମୟରେ ଦେବଦୁତ ସାଜି ଆସିଥିଲେ କେଶରୀୟା ହିନ୍ଦୁ ବାହିନୀ ସୋନପୁର ଜିଲ୍ଲାର ସାଧାରଣ ସମ୍ପାଦକ ପ୍ରଶାନ୍ତ ଦଣ୍ଡସେନା । ଶ୍ରୀ ଦଣ୍ଡସେନା ଫେସବୁକ ମାଧ୍ୟମରେ ଦାଦନ ଖଟିଯାଇଥିବା ସୁରେଶ କୁମ୍ଭାରଙ୍କୁ ଯୋଗାଯୋଗ କରିଥିଲେ ଏବଂ କେଶରୀୟା ହିନ୍ଦୁ ବାହିନୀର ପ୍ରଦେଶ ଅଧକ୍ଷ ସନ୍ତୋଷ କୁମାର ଭୋଳଙ୍କୁ ସମସ୍ତ ଖବର ଦେଇଥିଲେ । ସମାଜସେବା ପ୍ରେମୀ କେଶରୀୟା ହିନ୍ଦୁ ବାହିନୀ ପ୍ରଦେଶ ଅଧକ୍ଷ ଶ୍ରୀ ଭୋଳ ସହାୟତା କରିବା ପାଇଁ ଆଗେଇ ଆସି ବଲାଙ୍ଗିର ଜିଲ୍ଲା ସଭାପତି ପ୍ରଦୀପ ତ୍ରିପାଠୀ, ସୋନପୁର ଜିଲ୍ଲା ସଭାପତି ବ୍ୟାସଦେବ ମିଶ୍ର ଏବଂ ବିଶ୍ଵବିଜୟୀର ସାମ୍ବାଦିକ ଗୁପ୍ତେଶ୍ୱର ପୃଷ୍ଟିଙ୍କ ସହଯୋଗରେ ଦାଦନ ଖଟି ଯାଇଥିବା ୬ଟି ପରିବାର ଶ୍ରମିକ ଠିକାଦାରଙ୍କଠୁଁ ଉଦ୍ଧାର ପାଇଥିଲେ ଏବଂ ଆଜି ସେମାନେ ସିକନ୍ଦାରବାଦରୁ ଗୋଦାବରୀ ଏକ୍ସପ୍ରେସ ଯୋଗେ ବିଶାଖାପାଟଣା ଏବଂ ବିଶାଖାପାଟଣାରୁ ସମତା ଏକ୍ସପ୍ରେସ ଯୋଗେ କଣ୍ଟାବାଞ୍ଜି ରେଳ ଷ୍ଟେସନ ରେ ପହଞ୍ଚିବେ । ସେଠାରୁ ସେମାନେ କୋଭିଡ ଟେଷ୍ଟ କରାଇ ନିଜ ଅଞ୍ଚଳରେ ଥିବା କ୍ଵାରେଣ୍ଟାଇନ ସେଣ୍ଟରରେ ରହିବେ ଏବଂ ପରେ ନିଜ ଘରକୁ ଫେରିବେ । କେଶରୀୟା ହିନ୍ଦୁ ବାହିନୀ ଦ୍ୱାରା ଦାଦନ ଖଟିଯାଇଥିବା ଖଗେଶ୍ୱର ଭୋଇଙ୍କ ମାଧ୍ୟମରେ କିଛି ଆର୍ଥିକ ସହାୟତା ମଧ୍ୟ କରାଯଇଥିଲା ଯାହା ଫଳରେ ଆଜି ୬ଟି ପରିବାର ଉଦ୍ଧାର ପାଇ ଘରକୁ ଫେରୁଛନ୍ତି ।

jittmm
Leave A Reply

Your email address will not be published.