jsm

ମାନବିକତାର ପରିଚୟ ଦେଲା ପଶ୍ଚିମ ଓଡ଼ିଶାର ଯୁବା ମଞ୍ଚ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ବର୍ତ୍ତମାନ କରୋନା ସଂକ୍ରମଣ ଯୋଗୁଁ ସାରା ରାଜ୍ୟରେ ଲକଡାଉନ୍ ଜାରି ରହିଥିବା ବେଳେ ଏହି ଘଡିସନ୍ଧି ମୁହୁର୍ତରେ ଅସହାୟ ଲୋକଙ୍କ ପାଇଁ ଦେବଦୁତ ସାଜିଛି ପଶ୍ଚିମ ଓଡିଶା ଯୁବା ମଞ୍ଚ । ଲଗାତାର ଚାରି ଦିନ ହେବ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ବିଭିନ୍ନ ରେଗୀଙ୍କ ସଂପର୍କୀୟଙ୍କ ପାଇଁ ଖାଦ୍ୟ ବଣ୍ଟନ କରି ଆସୁଥିବା ବେଳେ ଆଜି ଲୋଇସିଂହା ଅଞ୍ଚଳର ହୋମ୍ ଆଇସୋଲସନରେ ଥିବା ଜଣେ କରେନା ସଂକ୍ରମିତ କିଛିଦିନ ପୁର୍ବରୁ ନିଜ ମାଁକୁ ହରେଇଥିବା ଜଣେ ବ୍ୟକ୍ତି ସେ ମଧ୍ୟ କରୋନା ସଂକ୍ରମିତ । ତେଣୁ ତାଙ୍କୁ ଜରୁରୀକାଳୀନ କିଛି ଔଷଧ ଦରକାର ହେବାରୁ ସେ ପଶ୍ଚିମ ଓଡିଶା ଯୁବା ମଞ୍ଚର ସଦସ୍ୟ ମାନଙ୍କୁ ଯୋଗାଯୋଗ କରିଥିଲେ । ଖବର ପାଇ ପଶ୍ଚିମ ଓଡିଶା ଯୁବା ମଞ୍ଚ ବଲାଙ୍ଗିର ସଦସ୍ୟ ବଲାଙ୍ଗିରରୁ ଔଷଧ ନେଇଁ ତାଙ୍କ ପାଖରେ ପହଞ୍ଚି ଏହି ଲକଡାଉନ୍ ସମୟରେ ନିଜର ମାନବିକତାର ପରିଚୟ ଦେଇଛନ୍ତି ଯୁବା ମଞ୍ଚର ସବୁ ସଦସ୍ୟମାନେ ।

yuvodaya
Leave A Reply

Your email address will not be published.