oom

ଭର୍ଚୁଏଲ ମୋଡରେ ରାସ୍ତାର ଭିତ୍ତିପ୍ରସ୍ତର ଓ ମୋ’ ସ୍କୁଲ ବୈଠକରେ ଯୋଗ ଦେଲେ ନରସିଂହ

jsmm

ବଲାଙ୍ଗିର,(ଦେବାଶିଷ ମିଶ୍ର) : ଆଜି ମଧ୍ୟାହ୍ନରେ ଦେଓଗାଁ ବ୍ଲକ ଅନ୍ତର୍ଗତ ଦେଷଣ୍ଡ ପଞ୍ଚାୟତ ଅଧୀନସ୍ଥ କୁବ୍ରିମହୁଲରେ ବରଘାଟିର ୯କିମି ଦୀର୍ଘ ଏକ ରାସ୍ତାର ଭିତ୍ତିପ୍ରସ୍ତର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ଦ୍ୱାରା ଭର୍ଚୁଏଲ ମୋଡରେ ଅନୁଷ୍ଠିତ ହୋଇଯାଇଛି । ଗ୍ରାମ ଉନ୍ନୟନ ବିଭାଗ ଦ୍ୱାରା ତିଆରି ହୋଇଥିବା ଏହି ପିଚୁରାସ୍ତା ପାଇଁ ତିନି କୋଟି ଟଙ୍କାର ବ୍ୟୟ ଅଟକଳ ରହିଛି । ଏଠାରେ ସୂଚନା ଯୋଗ୍ୟ ଯେ, ବରଘାଟି ଗାଁଟି, ଯାହାକୁ ସୋନଗଡ ନଦୀର ଉତ୍ପତି ସ୍ଥଳ ବୋଲି କୁହାଯାଏ ତାହା କିରିବାଞ୍ଜି ଜଙ୍ଗଲର ମଧ୍ୟଭାଗରେ ଅବସ୍ଥିତ । ଏହାକୁ ଏକ ବିଛିନ୍ନାଞ୍ଚଳ ବୋଲି କୁହାଯାଏ । ତିନିରୁ ଚାରି ମାସ ପୂର୍ବେ ବିଧାୟକ ଏହି ଅଂଚଳ ଗସ୍ତ କରି ଲୋକଙ୍କ ଦାବୀ ମୁତାବକ ଏହି ରାସ୍ତା ତିଆରି ପାଇଁ ପ୍ରତିଶୃତି ଦେଇଥିଲେ । ଏହି ରାସ୍ତା ହେବା ଦ୍ୱାରା ଏହି ଅଂଚଳର ଲୋକେ ବ୍ୟବସାୟୀକ ଦୃଷ୍ଟିକୋଣରୁ ମଧ୍ୟ ଅନେକ ଲାଭବାନ ହେବେ । ଏହି କାର୍ଯ୍ୟକ୍ରମରେ ସହକାରୀ ଯନ୍ତ୍ରୀ ବିରେନ୍ଦ୍ର ତ୍ରିପାଠୀ, ଜିଲ୍ଲା ସେବାଦଳ ମୂଖ୍ୟ ଅସିତ ମିଶ୍ର, ବିଧାୟକ ପ୍ରତିନିଧି କାନନେଶ୍ୱର ପ୍ରଧାନ ଏବଂ ବ୍ଲକ କଂଗ୍ରେସ ସଭାପତି ରାମଜି ଚୌଧୁରୀ ଓ ଶୁଭ୍ରାଂଶୁ ପଣ୍ଡା ଉପସ୍ଥିତ ଥିଲେ । ଠିକ ସେହିପରି ଅପରାହ୍ନରେ ବଲାଙ୍ଗିର ବ୍ଲକ ସ୍ଥିତ ଚନ୍ଦନଭାଟି ପଞ୍ଚୟତ ହାଇ ସ୍କୁଲରେ ଅନୁଷ୍ଠିତ ହୋଇଥିବା ମୋ’ ସ୍କୁଲ ଅଭିଯାନର ଭର୍ଚୁଏଲ ବୈଠକରେ ବିଧାୟକ ଶ୍ରୀ ମିଶ୍ର ଯୋଗ ଦେଇଥିଲେ । ଏହି ସ୍କୁଲର ସମସ୍ତ ପ୍ରକାର ଉନ୍ନତି କରିବା ପାଇଁ ଶ୍ରୀ ମିଶ୍ର ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଛନ୍ତି । ପ୍ରଧାନ ଶିକ୍ଷକ ରଂଜନ ପଧାନଙ୍କ ସଭାପତିତ୍ୱରେ ହୋଇଥିବା ଏହି ବୈଠକରେ ଶ୍ରୀ ମିଶ୍ର ସ୍କୁଲର ଭିତ୍ତିଭୂମି ସଙ୍ଗକୁ ଶିକ୍ଷଦାନ କ୍ଷେତ୍ର କିପରି ଆଖିଦୃଶିଆ ଉନ୍ନତି କରିବ ସେ ଉପରେ ଶିକ୍ଷକ, କର୍ମଚାରୀ ଏବଂ ଅଭିଭାବକଙ୍କୁ ବିଶେଷ ଧ୍ୟାନ ଦେବାକୁ ଅନୁରୋଧ କରିଥିଲେ । ଏହି ବୈଠକରେ ବ୍ଲକ ଶିକ୍ଷାଧିକାରୀ ରାଘବ ପାଣୀଗ୍ରାହୀ, ବିଧାୟକ ପ୍ରତିନିଧି ବାମଦେବ ମିଶ୍ର, ସ୍କୁଲ ପରିଚାଳନା କମିଟି ସଭାପତି ରାମ ପ୍ରସାଦ ମିଶ୍ର, ପୁରାତନ ଛାତ୍ର ସଂଘ ସଭାପତି ତ୍ରିଲୋଚନ ମିଶ୍ର, ତ୍ରିଲୋଚନ ମହାପାତ୍ର, ଶିକ୍ଷକ ପ୍ରଭୁଦତ୍ତ ପ୍ରଧାନ, ବସନ୍ତ ମଟାରୀ, ଜ୍ୟୋତି ମିଶ୍ର, ସଂକିର୍ତ୍ତନ ମେହେର, ଅନ୍ତ ଭୋଇ, ଶଶିକାନ୍ତ ପଟେଲ, ସୁରେନ୍ଦ୍ର ଧରୁଆ, ଗୁଲାପ ବରିହା, ବିଦ୍ୟାଧର ଜାଲ, ସୁଶିଲ ନାଗ ପ୍ରମୁଖ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.