oom

କାଗଜପତ୍ରରେ ସ୍ଥିତି ନିୟନ୍ତ୍ରଣ କରୁଛନ୍ତି ପ୍ରଶାସନ, ଫାଇନ ନାଁରେ ଟଙ୍କା ଆଦାୟରେ ବ୍ୟସ୍ତ ପୋଲିସ : ସାଧାରଣରେ ଚର୍ଚ୍ଚା

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ସାରା ଜନ ମାନସକୁ କରୋନା ସଂକ୍ରମଣର ଚିନ୍ତା ଘାରିଥିବା ବେଳେ ଦିନକୁ ଦିନ ସ୍ଥିତି ଆହୁରି ଜଟିଳ ହେବାରେ ଲାଗିଛି । ପ୍ରତିଦିନ ଜିଲ୍ଲାରୁ ଶହ ଶହ ସଂଖ୍ୟାରେ ବାହାରୁ ଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମୁଣ୍ଡରେ ଚିନ୍ତା ପାଲଟିଥିବା ବେଳେବର୍ତ୍ତମାନ ପ୍ରଶାସନର ଅଣଦେଖା ନୀତି ଏବଂ ଭୁଲ କାର୍ୟ୍ୟାନୁଷ୍ଠାନ ଯୋଗୁଁ ସ୍ଥିତି ଆହୁରି ଜଟିଳ ହେଉଥିବା ଅଭିଯୋଗ କରୁଛନ୍ତି ଲୋକେ । ଅନ୍ୟ ପଟେ ପ୍ରଶାସନ କୌଣସି ବି ସ୍ଥାନରେ ସମ୍ପୁର୍ଣ୍ଣ ସଟଡାଉନ ସମୟ ଅବଧି ଭିତରେ ଆଜି ପର୍ୟ୍ୟନ୍ତ ଥରେ ବି ସେନିଟାଇଜେସନ କରିନଥିବା ଅଭିଯୋଗ କରୁଛନ୍ତି ପଦ୍ମପୁରବାସୀ । ଗତକାଲି ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ସ୍ଥିତିର ସମୀକ୍ଷା ପରେ ସ୍ଥିତି ନିୟନ୍ତ୍ରଣ ଥିବା କହୁଥିଲେ ହେଁ ବାସ୍ତବ ଚିତ୍ର ଯେ କେତେ ଭୟଙ୍କର ତାହା ତାଙ୍କୁ ଦୃଷ୍ଟିଗୋଚର ନଥିବା କହୁଛନ୍ତି ଜନସାଧାରଣ । ପକଅତ ପକ୍ଷେ କେବଳ ଯେ କାଗଜ ପତ୍ରରେ ସୀମିତ ନ ରହି ସମୀକ୍ଷ ଯଦି ସତ ଉପରେ ହୋଇ ଗ୍ରାଉଣ୍ଡ ଜିରୋରୁ ହୁଅନ୍ତା ତେବେ ପ୍ରକୃତରେ ସରକାର ଏବଂ ପ୍ରଶାସନିକ ଅଧିକାରୀ ମାନଙ୍କ କାର୍ୟ୍ୟ ଦକ୍ଷତା ଏବଂ ପରିଶ୍ରମ ଜଣା ପଡନ୍ତା ବୋଲି ଚର୍ଚ୍ଚା ଚାଲିଛି । ସନ୍ଧ୍ୟା ସମୟରେ ନାଇଟ କର୍ଫ୍ୟୁ ବେଳେ ଚାଲିଥିବା ପୋଲିସ ଚେକିଙ୍ଗକୁ ନେଇ ମଧ୍ୟ ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଗୋଟିଏ ପଟେ ନିୟମର ଆଳ ଦଖୋଇ ସଂଧ୍ୟା ୬ ଘଟିକାରୁ ୭ଘଟିକା ଯଏଁ ମାତ୍ର ଗୋଟିଏ ଘଣ୍ଟା ପାଇଁ ଲୋକ ଦେଖାଣିଆ ଭାବରେ ଫାଇନ୍‌ କରା ଯାଉଥିବା ବେଳେ ତାପରେ ଯେଉଁମାନେ ବାଇକରେ ବୁଲୁଛନ୍ତି ସେମାନେ କଣ ନିୟମ ଅନୁଯାୟୀ ବୁଲୁଛନ୍ତି ବୋଲି ପ୍ରଶ୍ନ ଉଠୁଛି । ନିଜ ଡ୍ୟୁଟି ପାଇଁ ଯାଉଥିବା କହୁଥିବା ସ୍ୱାସ୍ଥ୍ୟ କର୍ମୀ ତଥା ଅନ୍ୟାନ୍ୟ କର୍ମୀ ମାନେ ନିଜର ପରିଚୟପତ୍ର ଦେଖାଇବା ପରେ ମଧ୍ୟ ତାଙ୍କଠୁ ୪୮ ଘଣ୍ଟା ପାଇଁ ବାଇକ ଜବତ କରି ଚାଲି କି ଯିବା ପାଇଁ କହିବା କେତେ ଦୁର ଠିକ୍‌ ତାହା ଏକ ବଡପ୍ରଶ୍ନ । ତେଣୁ ଲୋକ ଦେଖାଣିଆରେ ନ ରହି ଖାଲି ପଡିଥିବା ସୀମା ମାନଙ୍କରେ ଚେକିଙ୍ଗ ସହ ନିଜର ଦାୟିତ୍ୱ ପ୍ରଶାସନ ଠିକ ଭାବରେ କଲେ, ସ୍ଥିତି ପ୍ରକୃତରେ ନିୟନ୍ତ୍ରଣ ହୋଇ ପାରିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି ।

jittmm
Leave A Reply

Your email address will not be published.