oom

ଜେଡିଏ, ଆରଓଏଲ ଏବଂ ନିଷ୍ଠା ପରିବାରର ମିଳିତ ଉଦ୍ୟମରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

jsmm

ବରଗଡ, (ନିରୋଜ କୁମାର ପାଣୀ) : କରୋନା ମହାମାରୀର ଦ୍ୱିତୀୟ ଲହରରେ ରକ୍ତର ଅଭାବକୁ କିଛିକାଂଶରେ ଦୂର କରିବା ପାଇଁ ମୋବାଇଲ୍‌ ବ୍ଲଡ୍‌ କଲେକ୍ସନ୍‌ ଭନ୍‌ରେ ରକ୍ତଦାନ ଶିବିର କରାଯାଇଥିଲା । ଏହି ଶିବିରରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ମନ୍ତ୍ରୀ ସୁଶାନ୍ତ ସିଂ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ପ୍ରକାଶ ଚନ୍ଦ୍ର ଦେବତା, ନାଗରିକ କମିଟି ସୋହେଲାର ସଭାପତି ପ୍ରମୋଦ ଦେବତା, ଥାନା ଅଧିକାରୀ ନିର୍ମଲ ଚନ୍ଦ୍ର ମହାପାତ୍ର, ବିଡିଓ ବିଶ୍ୱ ରଂଜନ କର ପ୍ରମୁଖ ଯୋଗଦେଇ ଥିଲେ । ବରଗଡ ରକ୍ତ ଭଣ୍ଡାର ଦ୍ୱାରା ସର୍ବମୋଟ ୩୧ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । କରୋନା ଟୀକା ନେବା ପୁର୍ବରୁ ରକ୍ତଦାନ କରିବା ପାଇଁ ଯୁବ ଗୋଷ୍ଠୀଙ୍କୁ ସଚେତନ କରାଯାଇଥିଲା । ନିଷ୍ଠା ପରିବାରର ସଂପାଦକ ଅଶ୍ୱିନୀ ତ୍ରିପାଠୀ, ଜେଡିଏ ଏବଂ ଆରଓଏଲର ସମସ୍ତ ସଦସ୍ୟ ଶିବିର ପରିଚାଳନା କରିଥିଲେ । ସମସ୍ତ ରକ୍ତଦାତା ଓ ସହଯୋଗୀମାନଙ୍କୁ ଜେଡିଏ, ଆର ଓ ଏଲ ଓ ନିଷ୍ଠା ପରିବାର ତରଫରୁ ଅନେକ ଅନେକ ଧନ୍ୟବାଦ ଜଣାଯାଇଛି ।

jittmm
Leave A Reply

Your email address will not be published.