jsm

କରୋନା ସଚେତନତା ପାଇଁ ବରିଷ୍ଠ ଶିଳ୍ପୀ କେଦାରନାଥ ମହାରଣାଙ୍କ ନିଆରା ପ୍ରୟାସ

csstore

କଳାହାଣ୍ଡି, (ହେମନ୍ତ ସାହୁ) : ବିଶ୍ୱ ମହାମାରୀ କରୋନା ଏବେ ବିଶ୍ୱବାସୀଙ୍କ ପାଇଁ ମୁଣ୍ଡ ବ୍ୟଥା ପାଲଟିଛି । ଭାରତ ବର୍ଷରେ ଦୈନିକ ଚାରି ଲକ୍ଷରୁ ଉର୍ଦ୍ଧ୍ୱ ଓ ରାଜ୍ୟରେ ପ୍ରତିଦିନ ପ୍ରାୟ ଆଠ ହଜାର ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ମୃତ୍ୟୁ ହାର ବି କମ୍‌ ନୁହେଁ, ଯାହାକୁ ନେଇ ବିଭିନ୍ନ ମହଲରେ ଚିନ୍ତା ପଶିଯାଇଛି । ତେବେ ଜଣେ ଚିତ୍ରଶିଳ୍ପୀ ବି ନିଜ ଚିତ୍ରକଳା ମାଧ୍ୟମରେ କେମିତି ଲୋକଙ୍କୁ ଏହି ମହାମାରୀ ସମୟରେ ଟିକିଏ ସଚେତନ କରିପାରିବେ ସେ ନେଇ ନିଜର ସୃଜନଶୀଳତାର ପରିଚୟ ଦେଇଛନ୍ତି ଶିଳ୍ପୀ କେଦାରନାଥ ମହାରଣା । ନିଜ ଖର୍ଚ୍ଚରେ ଏକ ଜୀବନ୍ତ ନାରୀ ମୂର୍ତ୍ତି ତିଆରି କରି ତା ମୁହଁରେ ମାସ୍କ ବାନ୍ଧିବା ସହିତ କରୋନା ଭୂତାଣୁର ଏକ ଚିତ୍ର, ଗୋଟିଏ ହାତରେ ସାନିଟାଇଜର, ଆଉ ଗୋଟିଏ ହାତରେ ହାତ ଧୁଅନ୍ତୁ, ଦୁଇ ପାଦ ମଝିରେ ଲେଖାହେଇଛି, ମାସ୍କ ପିନ୍ଧନ୍ତୁ ,ସୁରକ୍ଷିତ ରୁହନ୍ତୁ ଲେଖି ସଚେତନତା ସୃଷ୍ଟି କରିବାର ପ୍ରୟାସ କରିଛନ୍ତି । ଏହି ମୂର୍ତ୍ତି ଦେଖିବା ପରେ ମ.ରାମପୁର ତହସିଲଦାର ସୟଦ ଇସାକ ମଦିନା ଏହା ଏକ ସୁନ୍ଦର ପ୍ରୟାସ ଏବଂ ଏହି ମୂର୍ତ୍ତିକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ରଖାଗଲେ, ବିଭିନ୍ନ ପ୍ରାନ୍ତରୁ ଆସୁଥିବା କୋଭିଡ଼ ଟେଷ୍ଟିଂ ଲୋକଙ୍କଠାରୁ ଆରମ୍ଭ କରି ବିଭିନ୍ନ ସ୍ୱାସ୍ଥ୍ୟ ସେବା ପାଇଁ ଆସୁଥିବା ଲୋକେ ଦେଖିପାରିବେ ବୋଲି କହିଥିଲେ । ପରେ ଅପରାହ୍ଣରେ ମ.ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଚିକିତ୍ସାଧୀକାରୀ ଡ଼ାକ୍ତର ସବ୍ୟସାଚୀ ପାଢୀ, ଜିଲ୍ଳା ପରିଷଦ ସଭ୍ୟ ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଭ୍ୟ ପୁଷ୍ପେନ୍ଦ୍ର କୁମାର ସିଂହଦେଓ ଶିଳ୍ପୀ କେଦାର ନାଥ ମହାରଣାଙ୍କ ଏଭଳି ପ୍ରୟାସକୁ ସାଧୁବାଦ ଜଣାଇ, ମୂର୍ତ୍ତିିକୁ ଡ଼ାକ୍ତରଖାନା ପରିସରରେ ସ୍ଥାପନ କରିଥିଲେ । ଏଥିରେ ସମାଜସେବୀ ପ୍ରକାଶ ଚନ୍ଦ୍ର ସାହୁ ଏବଂ ଶିିଳ୍ପୀ କେଦାର ନାଥ ମହାରଣା ଉପସ୍ଥିତ ରହିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ,ବରିଷ୍ଠ ଶିଳ୍ପୀ ଶ୍ରୀ ମହାରଣା ମ.ରାମପୁରର ଜଗନ୍ନାଥ ମନ୍ଦିର ଠାରୁ ବିଭିନ୍ନ ମନ୍ଦିର ଓ ମୂର୍ତ୍ତି ନିର୍ମାଣ କରିଛନ୍ତି । ଜଣେ ବରିଷ୍ଠ ଶିଳ୍ପୀ ଭାବରେ ତାଙ୍କରି ଏହି ଅଂଚଳରେ ଏକ ସ୍ୱତନ୍ତ୍ର ପରିଚିତି ରହିଥିବାବେଳେ ଏହି ଅନନ୍ୟ ପ୍ରୟାସକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

yuvodaya
Leave A Reply

Your email address will not be published.