csstore

ନାରୀ ଶକ୍ତି ଫାଉଣ୍ଡେସନ୍‌ ପକ୍ଷରୁ କରୋନା ସଚେତନତା ବାର୍ତ୍ତା

ସଇଁନ୍ତଲା, (ଅଜିତ କୁମାର ସାହୁ) : ସାରା ରାଜ୍ୟରେ କରୋନା ମହାମାରୀ ବୃଦ୍ଧି ପାଉଛି । ଏବେ ଲୋକଙ୍କ ପାଇଁ ଦୁଃଖର କାରଣ ପାଲଟିଛି କରୋନା । ଅନେକ ଲୋକ କରୋନା ମହାମାରୀରେ ମୃତ୍ୟୁ ବରଣ ମଧ୍ୟ କରି ସାରିଛନ୍ତି । ତେବେ ଏହି ମହାମାରୀରୁ କିଭଳି ଭାବେ ଲୋକେ ସୁରକ୍ଷିତ ରହିବେ, ତାହାକୁ ନେଇ ଆଗେଇ ଆସିଛନ୍ତି ବଲାଙ୍ଗିର ନାରୀ ଶକ୍ତି ଫାଉଣ୍ଡେସନ୍‌ । ବର୍ତ୍ତମାନ ସମୟରେ ଲୋକେ ବାହାକୁ ବାହାରିବା ପାଇଁ କଷ୍ଟକର ହୋଇ ପଡୁଥିବା ବେଳେ ଲୋକଙ୍କୁ ସଚେତନତା କରିବା ତାହା ମଧ୍ୟ କାଠିକର ହୋଇ ପଡ଼ିଛି। ଏହି ପରିସ୍ଥିତିରେ ଜଗଦମ୍ବା ନାଏକ, ମଞ୍ଜରୀ ବେଜ, ଆରତୀ ବେଜ, ଅଞ୍ଜଳୀ ବିଶିଙ୍କ ସହଯୋଗରେ ନାରୀ ଶକ୍ତି ଫାଉଣ୍ଡେସନ୍‌ ସମ୍ପାଦିକା ନୂତନ ଦାସ କହିଛନ୍ତି ଯେ, ଲୋକେ କିଭଳି ସୁରକ୍ଷା ପାଇଁ ସଚେତନତା ଅବଲଂବନ କରିବେ, ତାହା ନେଇ ଆମେ ଲୋକଙ୍କୁ ବୁଝାଇବା ସହ ମାସ୍କ ବଣ୍ଟନ କରୁଛୁ । ଆଗକୁ ମଧ୍ୟ ଏଭଳି ସଚେତନତା ଅଭିଯାନ ଜାରି ରହିବ ବୋଲି ସେ ପ୍ରକାଶ କରିଛନ୍ତି ।

jayashree
Leave A Reply

Your email address will not be published.